ବବି ଦାସଙ୍କ ଘରେ ଖଣ୍ଡୋଲାଇଟ ବ୍ୟବହାର ଅଭିଯୋଗକୁ ମିଛ କହିଲେ ବବିଙ୍କ ଦାଦା

ଭୁବନେଶ୍ୱର- ବବି ଦାସଙ୍କ ଘରେ ଖଣ୍ଡୋଲାଇଟ ବ୍ୟବହାର ଅଭିଯୋଗ ପ୍ରସଙ୍ଗ । ପ୍ରେସମିଟରେ ଅଭିଯୋଗକୁ ମିଛ ବୋଲି କହି ଏହାକୁ ଖଣ୍ଡନ କରିଛନ୍ତି ବବିଙ୍କ ଦାଦା ଯଯାତି କେଶରୀ । ସେ କହିଛନ୍ତି ଯେ, ଖଣ୍ଡୋଲାଇଟ୍ରେ ଘର ନିର୍ମାଣ ମିଛ । ରାଜସ୍ଥାନ ଯୋଧପୁରରୁ ପଥର ଆସିଛି । ଏହି ବାସଭବନ ଏକୁଟିଆ ବବିଙ୍କ ନୁହେଁ, ସମସ୍ତ ପରିବାରର ବୋଲି ସେ କହିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ପରିବାରକୁ ଟାର୍ଗେଟ କରାଯାଉଛି । ଆବଶ୍ୟକ ପଡ଼ିଲେ ଆଇନଗତ ସହାୟତା ନିଆଯିବ ବୋଲି ବବିଙ୍କ ଦାଦା କହିଛନ୍ତି ।
ରାଜସ୍ଥାନ ଯୋଦ୍ଧପୁର ଅଞ୍ଚଳରୁ ଏସବୁ ପଥର କିଣାଯାଇଥିବା ସେ ସଫେଇ ଦେଇଛନ୍ତି। ଏହି ଘର କେବଳ ବବି ଦାସଙ୍କ ନୁହେଁ ଏଥିରେ ଜେଜେଙ୍କ ସମେତ ପରିବାରର ଭାଗ ରହିଛି। ବବିଙ୍କ ନାଁରେ ହୀନ ରାଜନୀତ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।
ପୁରୀ ପରିକ୍ରମା ପ୍ରକଳ୍ପରୁ ଖାଣ୍ଡୋଲେଟ୍ ପଥର ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ୍ ବବି ଦାସଙ୍କ ଘରେ ଲାଗିଥିବା ଅଭିଯୋଗ ହୋଇଥିଲା। ଶ୍ରୀଜଗନ୍ନାଥ ସେନା ଏନେଇ ପୁରୀ ସିଂହଦ୍ବାର ଥାନାରେ ଏତଲା ବି ଦେଇଥିଲେ। ତେବେ କିନ୍ତୁ ଏଯାଏଁ ବବି ଦାସ ପ୍ରତିକ୍ରିୟା ରଖିନାହାନ୍ତି।



