Breaking PLUSଓଡ଼ିଶାମୁଖ୍ୟ ଖବର

ବଲାଙ୍ଗିରରେ ମୃଦୁ ଭୂମିକମ୍ପ ଝଟ୍‌କା

ଭୁବନେଶ୍ୱର, 2 ମେ- ବଲାଙ୍ଗିରରେ ମୃଦୁ ଭୂମିକମ୍ପ ଝଟ୍‌କା। ଆଜି ଭୋର ପ୍ରାୟ ୪ଟା ୪୦ ମିନିଟ୍ ସମୟରେ ବଲାଙ୍ଗିରର ବିଭିନ୍ନ ସ୍ଥାନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। କିଛି ସେକେଣ୍ଡ ପାଇଁ ମାଟି ଥରିବା ଫଳରେ ଶୋଇଥିବା ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ତେବେ ଭୂମକମ୍ପ ଯୋଗୁ ବର୍ତ୍ତମାନ ସୁଦ୍ଧା କୌଣସି ଧନଜୀବନ ହାନିର ଖବର ମିଳିନାହିଁ।

ଗତ ଦୁଇ ଦିନ ତଳେ ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏବେ ବଲାଙ୍ଗିରରେ ପୁଣିଥରେ କମ୍ପନ ଅନୁଭୂତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

Show More

Related Articles

Back to top button