Breaking PLUSଓଡ଼ିଶାମୁଖ୍ୟ ଖବର
ଭିଜିଲାନ୍ସ ଜାଲରେ ବୋରିଗୁମ୍ମା ତହସିଲର ରାଜସ୍ବ ନିରୀକ୍ଷକ

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୋରାପୁଟ ଜିଲା ବୋରିଗୁମ୍ମା ତହସିଲର ରାଜସ୍ବ ନିରୀକ୍ଷକ (ଆରଆଇ) ସୁରେନ୍ଦ୍ର କୁମାର ତନ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଗୁରୁବାର ସୁରେନ୍ଦ୍ରଙ୍କ ଘରେ ଚଢ଼ାଉ କରାଯାଇଛି। ଘର ସମେତ କୋରାପୁଟ ଏବଂ ଜୟପୁରରେ ଥିବା ସୁରେନ୍ଦ୍ରଙ୍କ ୮ଟି ଠିକଣାରେ ଅଧିକାରୀମାନେ ଚଢ଼ାଉ ଜାରି ରଖିଛନ୍ତି। ଭିଜିଲାନ୍ସ ବିଭାଗର ୩ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ୫ ଜଣ ଏଏସଆଇ ଏହି ଚଢ଼ାଉରେ ସାମିଲ ହୋଇଥିବା ସୂଚନା ମିଳିଛି।