ଅପରାଧମୁଖ୍ୟ ଖବର

ଜଗତପୁରରେ ୧୫ ଲକ୍ଷର ବ୍ରାଉନସୁଗର ଜବତ, ଜଣେ ଗିରଫ

ଜଗତପୁର: କଟକ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ଜଗତପୁର ଅଞ୍ଚଳରୁ ପ୍ରାୟ ୧୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରାଯାଇଥିବା ବେଳେ ଏହି ଘଟଣାରେ ଜଣେ ନିଶା କାରବାରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଡ଼ିଆଙ୍ଗ ଗ୍ରାମର ତାପସ ରଞ୍ଜନ ଲେଙ୍କା (୩୫) ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଜଗତପୁର ଥାନା ଅନ୍ତର୍ଗତ ମଧୁସୂଦନ ନଗର ଅଞ୍ଚଳରେ ଜଣେ ବ୍ୟକ୍ତି ବ୍ରାଉନସୁଗର ମଜୁତ ରଖିଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା। ଏହା ପରେ ଅବକାରୀ ବିଭାଗର ଏକ ଟିମ୍‌ ଚଢ଼ଉ କରିଥିଲା। ଏସଆଇ ବିଭୁତି ଭୂଷଣ ପ୍ରଧାନ, ଏଏସଆଇ ଜଗନ୍ନାଥ ପରିଡା, କନଷ୍ଟେବଳ ସଞ୍ଜୟ ଦାସ ଓ ଦୀପକ କୁମାର ସାହୁଙ୍କ ନେତୃତ୍ୱରେ ହୋଇଥିବା ଚଢ଼ଉରେ ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୧୫୩ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା।

ଜବତ ବ୍ରାଉନସୁଗରର ବଜାର ମୂଲ୍ୟ ପ୍ରାୟ ୧୫ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରହିଛି।

Show More

Related Articles

Back to top button