ଅପରାଧମୁଖ୍ୟ ଖବର

ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷାଧିକ ଟଙ୍କାର ବେଆଇନ୍ ବାଣ ଜବତ, ୨ ବ୍ୟବସାୟୀ ଅଟକ

ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌରାଞ୍ଚଳରେ ପୋଲିସ ପକ୍ଷରୁ ବଡ଼ ଚଢାଉ ଚାଲିଥିବା ବେଳେ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ କରାଯାଇଛି। ଡିଏନକେ ଓ ଯୁଭି-୩ ଡଙ୍ଗରୀଗୁଡ଼ା ଅଞ୍ଚଳରେ ଦୁଇଜଣ ବ୍ୟବସାୟୀଙ୍କ ଘରେ ଚଢାଉ କରି ଏହି ସଫଳତା ମିଳିଛି।

ପୋଲିସ ବିଜନ ମଲ୍ଲିକ ଓ ପ୍ରତାପ ଚନ୍ଦ୍ର ସାହାଙ୍କ ଘରୁ ବେଆଇନ ଭାବେ ସଂଗ୍ରହ କରାଯାଇଥିବା ବାଣ ଜବତ କରିଛି। ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖାଯାଇଛି। ଲାଇସେନ୍ସ ବିନା ବିପଜ୍ଜନକ ଭାବେ ବାଣ ମଜୁତ କରାଯାଇଥିବାରୁ ପୋଲିସ ଏହାକୁ ଗୁରୁତ୍ୱ ସହ ତଦନ୍ତ।

ଏହା ପୂର୍ବରୁ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାର ବିରମିତ୍ରପୁର ଗୋଲବଜାର ମାର୍କେଟରେ ତିନୋଟି ବେଆଇନ ବାଣ ଦୋକାନରେ ଚଢାଉ କରାଯାଇଥିଲା। ସେଠାରୁ ପ୍ରାୟ କୋଟିଏ ଟଙ୍କା ମୂଲ୍ୟର ୫୪୫ ପେଟି ବାଣ ଜବତ ହୋଇଥିଲା।

ପୋଲିସ ଅବୈଧ ବାଣ ବ୍ୟବସାୟ ଉପରେ କଡା ନଜର ରଖିଥିବା ସହ ଆଗାମୀ ଦିନରେ ଏପରି ଚଢାଉ ଜାରି ରହିବ ବୋଲି ସୂଚନା ମିଳିଛି।

Show More

Related Articles

Back to top button