Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ପବନ

ଭୁବନେଶ୍ୱର- ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ପବନ ହୋଇଛି । ପୁରୀ ଓ ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି ।

କାଳବୈଶାଲୀ ଯୋଗୁ ଖଇରା, ସମୁଳିଆ, ଔପଦା, ସୋର, ବାହାନଗାରେ ବର୍ଷା ହୋଇଛି । କଟକ ବାଙ୍କୀରେ କାଳବୈଶାଖୀ ଯୋଗୁଁ ବର୍ଷା, ପବନ ହୋଇଥିବା ବେଳେ କୋଦଳା-ଖଲ୍ଲିକୋଟରେ କାଳବୈଶାଖୀ ବର୍ଷା, ପବନ ହୋଇଛି । ବର୍ଷା ପବନ ଯୋଗୂ କିଛି ସ୍ଥାନରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି ।

କଟକ ବାଙ୍କୀରେ କାଳବୈଶାଖୀ ଯୋଗୁଁ ବର୍ଷା, ପବନ ହୋଇଛି । ଫଳରେ କିଛି ସ୍ଥାନରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ଅନ୍ୟପଟେ ଟ୍ବିନ୍‌ ସିଟି ଆକାଶରେ କଳାହାଣ୍ଡିଆ ମେଘ ରହିଥିବା ବେଳେ  କିଛି ସ୍ଥାନରେ ସ୍ବଳ୍ପ ବର୍ଷା ହୋଇଛି । ଉଭୟ କଟକ ଓ ଭୁବନେଶ୍ବରରେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଆଗାମୀ ୭ ଦିନ ପର୍ଯ୍ୟନ୍ତ ଅନୁରୂପ ପାଗ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

Show More

Related Articles

Back to top button