Breaking PLUSଦୁର୍ଘଟଣାଦେଶମୁଖ୍ୟ ଖବର
ମହାରାଷ୍ଟ୍ରରେ ବସ୍-କାର୍ ଧକ୍କା, ଗୋଟିଏ ପରିବାରର ୫ ମୃତ

ମହାରାଷ୍ଟ୍ରର ବିଡ୍ ଜିଲ୍ଲା ମାଜାଲଗାଓଁ ତାଲୁକ ଅଞ୍ଚଳରେ ରବିବାର ସକାଳେ ଏକ ଭୟାବହ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି। ପରିବାରଟି କାର୍ରେ ତୀର୍ଥଯାତ୍ରାରେ ଯାଉଥିବାବେଳେ ମାଜାଲଗାଓଁ-ତେଲଗାଓଁ ରାସ୍ତାରେ ଏକ ଯାତ୍ରୀବାହୀ ବସ୍ ସହ କାର୍ଟିର ଧକ୍କା ହୋଇଥିଲା। ଦୁର୍ଘଟଣାରେ କାର୍ରେ ଥିବା ସମସ୍ତ ୫ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, କାର୍ଟି ଦ୍ରୁତଗତିରେ ଯାଉଥିବାବେଳେ ରାସ୍ତା ମଝିରେ ଥିବା ଏକ ବଡ଼ ଖାଲରେ ଚକ ପଡ଼ିଯାଇଥିଲା। ଫଳରେ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଏହାପରେ ସାମ୍ନାପଟୁ ଆସୁଥିବା ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମର ବସ୍ ସହ କାର୍ଟି ଧକ୍କା ହୋଇଥିଲା। ଧକ୍କା ପରେ ବସ୍ଟି କାର୍ ଉପରେ ଚଢ଼ିଯିବାରୁ ଦୁର୍ଘଟଣା ଅଧିକ ଭୟାବହ ହୋଇଥିଲା। ତେବେ ବସ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।



