ଏଥର ୫ ରୁ ୧୧ ବର୍ଷୀୟ ପିଲାଙ୍କୁ ଦିଆଯିବ କରୋନା ଟିକା
ଫାଇଜର ଟିକାକୁ ମଞ୍ଜୁରୀ ଦେଲା କାନାଡ଼ା

ଏଥର ପିଲାଙ୍କୁ ଦିଆଯିବ କୋଭିଡ୍ ଟିକା । ପିଲାଙ୍କ ପାଇଁ ଫାଇଜର ଟିକାକୁ ମିଳିଛି ମଞ୍ଜୁରୀ ।
୫ରୁ ୧୧ ବର୍ଷୀୟ ପିଲାଙ୍କ ପାଇଁ ଫାଇଜର କୋଭିଡ୍ ଟିକାକୁ ମଞ୍ଜୁରୀ ଦେଇଛି କାନାଡ଼ା । କିଛି କମ୍ପାନୀ କନାଡ଼ାକୁ ଏହି ଗ୍ରୁପର ପିଲାଙ୍କ ପାଇଁ ଟିକାର କ୍ଲିନିକାଲ୍ ଟ୍ରାଏଲ୍ କରିବାକୁ ପୂର୍ବରୁ ଆବେଦନ କରିଥିଲେ । କ୍ଲିନିକାଲ୍ ପରୀକ୍ଷଣ ପରେ ଏହି ଟିକା ୧୬ ବର୍ଷରୁ ୨୫ ବର୍ଷ ବ୍ୟକ୍ତିଙ୍କ ଉପରେ ଯେଉଁ ପରିମାଣର ପ୍ରଭାବ ପକାଇଥାଏ । ଠିକ୍ ସେତିକି ପ୍ରଭାବ ୫ରୁ ୧୧ ବର୍ଷୀୟ ପିଲାଙ୍କ ଉପରେ ପକାଇବ ବୋଲି ଜଣାପଡ଼ିଥିଲା । ତେଣୁ କାନାଡ଼ା ସରକାର ଏହାକୁ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
ବୈଜ୍ଞନିକମାନେ ଏହାର ସମସ୍ତ ପରୀକ୍ଷଣ କରିବା ପରେ ଏଥିରୁ ପଡ଼ିବାକୁ ଥିବା ପ୍ରଭାବ ଉପରେ ଅନୁଧ୍ୟାନ କରିଥିଲେ । ୫ରୁ ୧୧ ବର୍ଷୀୟ ଛୋଟ ପିଲାଙ୍କ ଉପରେ ଏହା କୌଣସି ଖରାପ ପ୍ରଭାବ ପକାଇବ ନାହିଁ ବୋଲି ନିଶ୍ଚିତ ହୋଇଥିଲା ସ୍ୱାସ୍ଥ୍ୟ ବିଭାଗ । ଏହା କରୋନା ଉପରେ ୯୦ ପ୍ରତିଶତ ଫଳପ୍ରଦ ହେବା ସହ ସେପରି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେବ ନାହିଁ ବୋଲି ଏନେଇ କାନାଡ଼ା ସ୍ୱସ୍ଥ୍ୟ ବିଭାଗ ରିପୋର୍ଟରେ ପ୍ରକାଶ କରିଛି ।