ଓଡ଼ିଶା

ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ନାଁରେ ମାମଲା ରୁଜୁ

ଟିଟିଲାଗଡ, 29 ମାର୍ଚ୍ଚ- ଫାଙ୍କା ଗୁଳି ଚାଳନା ଘଟଣାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ପିଏସଓ ସସପେଣ୍ଡ। ଘଟଣାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଏବଂ ତାଙ୍କ  ପିଏସଓ ପ୍ରେମଚାନ୍ଦ ନାଗଙ୍କ ନାଁରେ ମାମଲା ରୁଜୁ ହୋଇଛି । ତେବେ ପିଏସଓ ବିରୋଧରେ ନିଆଯାଇଛି ଆକ୍ସନ।

ଟିଟିଲାଗଡ଼ ଥାନା ଏସ୍ଆଇଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି । ରାମନବମୀ ଶୋଭାଯାତ୍ରା ବେଳେ ଫାଙ୍କା ଗୁଳିଚାଳନାକୁ ନେଇ ମାମଲା ରୁଜୁ ହୋଇଛି । ବିଧାୟକଙ୍କ ପଏଣ୍ଟ ଥ୍ରି ଟୁ ପିସ୍ତଲ ମଧ୍ୟ ଜବତ କରାଯାଇଛି ।

ଏହାସହିତ ବିଧାୟକ ନବୀନ ଜୈନଙ୍କ ସୁରକ୍ଷା ଦାୟିତ୍ୱରୁ ପିଏସଓଙ୍କୁ ଅନ୍ତର କରାଯାଇଛି। ବିଧାୟକ ନବୀନ ଜୈନ ଓ ପିଏସଓଙ୍କ ନାଁରେ ଆର୍ମସ୍ ଆକ୍ଟରେ ମାମଲା ରୁଜୁ କରିଛି ଟିଟିଲାଗଡ଼ ପୋଲିସ।

Show More

Related Articles

Back to top button