ଦେଶ

ନବୀନ ପଟ୍ଟନାୟକଙ୍କ ସହ କାନାଡା ହାଇକମିଶନରଙ୍କ ଭେଟ

ଓଡ଼ିଶାର ଆର୍ଥିକ ସମ୍ଭାବନା ଉପରେ ଆଲୋଚନା

ଭୁବନେଶ୍ୱର: ଭାରତରେ କାନାଡାର ହାଇକମିଶନର କ୍ରିଷ୍ଟୋଫର କୁଟର ଶୁକ୍ରବାର ଭୁବନେଶ୍ୱରସ୍ଥିତ ବାସଭବନରେ ବିରୋଧୀ ଦଳନେତା ଏବଂ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।
ଏହି ଭେଟ ସମୟରେ ଓଡ଼ିଶାର ବାଣିଜ୍ୟ, ପୁଞ୍ଜିନିବେଶ ଓ ଆର୍ଥିକ ବିକାଶ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଉଭୟ ପକ୍ଷ ଆଲୋଚନା କରିଥିବା ସୂଚନା ମିଳିଛି। ରାଜ୍ୟର ଔଦ୍ୟୋଗିକ ବିକାଶକୁ ଆହୁରି ଗତିଶୀଳ କରିବା ସହ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧିର ସମ୍ଭାବନା ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ଓଡ଼ିଶାର ଆର୍ଥିକ ଓ ଔଦ୍ୟୋଗିକ ଉନ୍ନତି ପାଇଁ ବିଦେଶୀ ସହଯୋଗ ଓ ପୁଞ୍ଜିନିବେଶ ସୁଯୋଗକୁ ନେଇ ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ଜଣାପଡ଼ିଛି।

Show More

Related Articles

Back to top button