Breaking PLUSଓଡ଼ିଶାମୁଖ୍ୟ ଖବର

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ୱର, 8 ମେ-ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଘୂର୍ଣ୍ଣିବଳୟ ସୃଷ୍ଟି ନେଇ IMD ପକ୍ଷରୁ ସୂଚନା ଦିଆଯାଇଛି । ସମୁଦ୍ର ପତନ ଠାରୁ ଦେଢ଼ କିମି ଉଚ୍ଚ ଯାଏଁ ବ୍ୟାପିଛି  । ଆହରି ଘନୀଭୂତ ହୋଇ ୧୨/୧୩ ବେଳକୁ ଲଘୁଚାପ ରୂପ ନେଇପାରେ ।

ଅନ୍ୟପଟେ ବଙ୍ଗୋପସାଗରରେ ମେ’ ଦ୍ବିତୀୟ ସପ୍ତାହ ଆଡ଼କୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଅନେକ ଅନ୍ତର୍ଜାତୀୟ ମଡେଲ୍‌ ଆକଳନ କରିଛନ୍ତି। ଏହି ଲଘୁଚାପ ବାତ୍ୟାର ରୂପ ନେବ ବୋଲି କିଛି ମଡେଲ୍‌ ଆକଳନ କରିଛନ୍ତି। ବିଭିନ୍ନ ମଡେଲର ଆକଳନକୁ ବିଶ୍ଳେଷଣ କରି ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଜିଏଫ୍‌ଏସ୍‌ ଏବଂ ଇସିଏମ୍‌ଡବ୍ଲ୍ୟୁଏଫ୍‌ ଉଭୟ ମଡେଲ୍‌ ଏବେ ଏକମତ ଯେ ମେ’ ମଧ୍ୟଭାଗରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ପ୍ରଣାଳୀ ସୃଷ୍ଟି ହେବ। ଆକଳନ ଅନୁସାରେ, ମେ’ ୧୧ରୁ ୧୩ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ପ୍ରାଥମିକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଯାହା ପରବର୍ତ୍ତୀ ସମୟରେ ଅର୍ଥାତ୍ ମେ’ ୧୪ ଓ ୧୫ ବେଳକୁ ଲଘୁଚାପର ରୂପ ନେବାର ସମ୍ଭାବନା ଅଛି। ତଥାପି ଜିଏଫ୍‌ଏସ୍‌ (ଆଗ୍ରେସିଭ୍‌) ମଡେଲ ଏକ ଶକ୍ତିଶାଳୀ ବାତ୍ୟାର ଚିତ୍ର ଦେଖାଉଥିବା ବେଳେ ଇସିଏମ୍‌ଡବ୍ଲ୍ୟୁଏଫ୍‌ (କନ୍‌ଜର୍‌ଭେଟିଭ୍‌) ଏହାକୁ କେବଳ ଏକ ବର୍ଷା ପ୍ରଦାନକାରୀ ଲଘୁଚାପ ଭାବେ ଆକଳନ କରୁଛି।

Show More

Related Articles

Back to top button