Breaking PLUSଦୁର୍ଘଟଣାଦେଶମୁଖ୍ୟ ଖବର

ଟ୍ରକ୍‌କୁ ପିଟିଲା କାର୍‌, ଚାଲିଗଲା ୮ ଜୀବନ

କେରଳର ତ୍ରିଶୂର ଜିଲ୍ଲାରେ ଘଟିଛି ଛାତିଥରାଇ ଦେବା ଭଳି ସଡ଼କ ଦୁର୍ଘଟଣା। ଶୁକ୍ରବାର ରାତିରେ କ୍ୟାପମଙ୍ଗଳମ ନିକଟ ପନମ୍ବିକୁନ୍ନୁ ଅଞ୍ଚଳରେ ଜାତୀୟ ରାଜପଥରେ ଏକ ଟ୍ରକ୍‌ ପଛରେ କାର୍‌ ଧକ୍କା ଦେବାରୁ ୮ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି।
ପୋଲିସର ସୂଚନା ଅନୁସାରେ, ରାତି ପ୍ରାୟ ୧୧ଟା ୪୦ରେ ଦୁର୍ଘଟଣା ଘଟିଥିଲା। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ଦ୍ରୁତଗତିରେ ଆସୁଥିବା କାର୍‌ଟି ପଛପଟୁ ଧକ୍କା ଦେଇଥିଲା। ଧକ୍କାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ କାର୍‌ଟି ସମ୍ପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଥିଲା।
ଦୁର୍ଘଟଣା ପରେ କାର୍‌ ଭିତରେ ମୃତଦେହଗୁଡ଼ିକ ଫସି ରହିଥିଲା। ଖବର ପାଇ ସ୍ଥାନୀୟ ଲୋକଙ୍କ ସହ ପୋଲିସ, ଅଗ୍ନିଶମନ ବାହିନୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାତିରେ ହିଁ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ।
ଉଦ୍ଧାରକାରୀ ଦଳ କାର୍‌କୁ କାଟି ଭିତରୁ ମୃତଦେହଗୁଡ଼ିକୁ ବାହାର କରିଥିଲେ। କାର୍‌ରେ ଥିବା ସମସ୍ତ ୮ ଜଣଙ୍କ ମୃତ୍ୟୁ ଘଟଣାସ୍ଥଳରେ ହିଁ ହୋଇଥିବା ପୋଲିସ କହିଛି।
ଉଦ୍ଧାର ପରେ ସମସ୍ତ ମୃତଦେହକୁ ତ୍ରିଶୂର ମେଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଛି। ଦୁର୍ଘଟଣାର କାରଣ ଏବଂ ଘଟଣାର ସମସ୍ତ ଦିଗ ନେଇ ପୋଲିସ ତଦନ୍ତ ଜାରି ରଖିଛି।

Show More

Related Articles

Back to top button