ଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱତନ୍ତ୍ର

୬୨ ତମ ଜନ୍ମଦିନ ପାଳନ କଲେ ଉଦ୍ଧବ ଠାକରେ, ଶୁଭେଚ୍ଛା ଜଣାଇଲେ ଶିନ୍ଦେ

ମୁମ୍ବାଇ : ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ୬୨ ତମ ଜନ୍ମଦିନ ବୁଧବାର ପାଳନ କରୁଛନ୍ତି। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉଦ୍ଧବଙ୍କର ସୁସ୍ୱାସ୍ଥ୍ୟ କାମନା କରିଛନ୍ତି ଶିନ୍ଦେ। ବିଶେଷ କଥା ହେଉଛି ଯେ ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଉଦ୍ଧବ ଶିବସେନାରେ ବିଦ୍ରୋହ କରିଥିବା ବିଧାୟକଙ୍କ ନାମ ନ ଦେଇ ଅଭିଯୋଗ କରିଥିଲେ। ସେ ସିଏମ ଶିନ୍ଦେଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ମୁଖ୍ୟମନ୍ତ୍ରୀ ଶିନ୍ଦେ ଟୁଇଟ କରି କହିଛନ୍ତି ଯେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଜନ୍ମଦିନର ଶୁଭେଚ୍ଛା। ସେ ଦୀର୍ଘଜୀବୀ ହୁଅନ୍ତୁ ଏବଂ ସୁସ୍ଥ ରୁହନ୍ତୁ, ଏହି ପ୍ରାର୍ଥନା ମାତା ଜଗଦମ୍ବାଙ୍କ ପାଦତଳେ। ବିଶେଷ କଥା ହେଉଛି ଶିବସେନାରେ ବିଦ୍ରୋହ ପରଠାରୁ ଶିନ୍ଦେ ଏବଂ ଠାକରେ ସାକ୍ଷାତ ହୋଇନାହାଁନ୍ତି। ତେବେ ବିଦ୍ରୋହୀ ବିଧାୟକମାନେ ନିଜକୁ ଶିବ ସୈନିକ ବୋଲି କହୁଛନ୍ତି।

Show More

Related Articles

Back to top button