Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଜନଗଣନା ୨୦୨୭ରେ ନ୍ୟାୟାଧୀଶ ସୂର୍ୟକାନ୍ତଙ୍କ ସ୍ୱୟଂ-ଗଣନା

ଭାରତର ମୁଖ୍ୟ ନ୍ୟାୟାଧୀଶ ସୂର୍ୟ କାନ୍ତ ଶୁକ୍ରବାର ତାଙ୍କ ନିବାସସ୍ଥାନରେ ଜନଗଣନା ୨୦୨୭ ପାଇଁ ସ୍ୱୟଂ-ଗଣନା ପ୍ରକ୍ରିୟା ସଫଳତାର ସହିତ ସମ୍ପନ୍ନ କରିଛନ୍ତି। ଗୃହମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ସେ ସୁରକ୍ଷିତ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ନିଜ ପରିବାର ଓ ଘରୋଇ ସୂଚନା ଭରଣ କରିଥିଲେ।
ଜନଗଣନା ୨୦୨୭ ଭାରତର ପ୍ରଥମ ସମ୍ପୂର୍ଣ୍ଣ ଡିଜିଟାଲ୍ ଜନଗଣନା ଭାବେ ପରିଚିତ, ଯାହା ପାରମ୍ପରିକ କାଗଜ ଆଧାରିତ ପ୍ରଣାଳୀରୁ ଏକ ବଡ଼ ପରିବର୍ତ୍ତନ। ଏହି ପଦକ୍ଷେପ ମାଧ୍ୟମରେ ନାଗରିକମାନେ ସହଜ ଓ ପାରଦର୍ଶୀ ଭାବରେ ନିଜ ସୂଚନା ଦେଇପାରୁଛନ୍ତି। ସିଜେଆଇଙ୍କ ଏହି ପଦକ୍ଷେପକୁ ନାଗରିକ କର୍ତ୍ତବ୍ୟର ଏକ ପ୍ରେରଣାଦାୟକ ଉଦାହରଣ ବୋଲି ଉଲ୍ଲେଖ କରାଯାଇଛି।
ପୂର୍ବରୁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରକ୍ଷାମନ୍ତ୍ରୀ ଓ ଲୋକସଭା ଅଧ୍ୟକ୍ଷ ଙ୍କ ସହ ଅନ୍ୟାନ୍ୟ ଶୀର୍ଷ ନେତାମାନେ ମଧ୍ୟ ସ୍ୱୟଂ-ଗଣନା ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ, ଯାହା ଏହି ଜାତୀୟ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବାରେ ଗତି ଆଣିଛି।
ଉଲ୍ଲେଖ୍ୟ, ଜନଗଣନା ୨୦୨୭ ଦୁଇ ପର୍ଯ୍ୟାୟରେ ହେଉଛି। ପ୍ରଥମ ପର୍ଯ୍ୟାୟ ‘ହାଉସଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍‌’ ରେ ଘର, ସୁବିଧା ଓ ସମ୍ପତ୍ତି ସମ୍ପର୍କିତ ୩୩ଟି ପ୍ରଶ୍ନର ସୂଚନା ସଂଗ୍ରହ କରାଯାଉଛି। ଏହା ଦେଶର ତଥ୍ୟଭିତ୍ତିକ ଉନ୍ନୟନ ପାଇଁ ଗୁରୁତ୍ୱପୂର୍ଣ୍ଣ ଗଣାଯାଉଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button