Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
CMC କର୍ପୋରେଟର ଅରବିନ୍ଦ ଜେନା ବିଜେଡିରୁ ସସ୍ପେଣ୍ଡ୍

ଭୁବନେଶ୍ୱର- CMC କର୍ପୋରେଟର ଅରବିନ୍ଦ ଜେନା ବିଜେଡିରୁ ସସ୍ପେଣ୍ଡ୍ । ପ୍ରଭାତ ବିଶ୍ୱାଳଙ୍କ ଲିଙ୍କ ପାଇଁ ବିଜେଡିରୁ ନିଲମ୍ବିତ ହେଲେ କଟକ ମହାନଗର ନିଗମର କର୍ପୋରେଟର।
ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ କଟକ ମହାନଗର ନିଗମ ୫୩ନଂ ୱାର୍ଡର କର୍ପୋରେଟର ଅରବିନ୍ଦ ଜେନାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ବିଜୁ ଜନତା ଦଳରୁ ନିଲମ୍ବନ କରାଯାଇଥିବା ଦଳ ତରଫରୁ ଜାରି କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ତେବେ ସେ ଦୀର୍ଘଦିନ ଧରି ପ୍ରଭାତ ବିଶ୍ବାଳଙ୍କ ସହ ରହିଥିଲେ। ଏବେ ପ୍ରଭାତଙ୍କୁ ସହଯୋଗ କରିବାରୁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ବୋଲି ସୂଚନା ମିଳିଛି।



