Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର
ଅଡୁଆରେ ସାଂସଦ ଭର୍ତ୍ତୃହରି ମହତାବ, ବୋହୂ ଆଣିଲେ ଯୌତୁକ ନିର୍ଯାତନା ମାମଲା
ସାଂସଦ ଭର୍ତ୍ତୃହରି ମହତାବଙ୍କ ପରିବାର ବିରୋଧରେ ଆସିଛି ଯୌତୁକ ନିର୍ଯାତନା ଅଭିଯୋଗ । ଭର୍ତ୍ତୃହରିଙ୍କ ବୋହୂ ସାକ୍ଷୀ ମହତାବ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଭୋପାଳ ମହିଳା ଥାନାରେ ଏଫଆଇଆର ଦାଏର କରିଛନ୍ତି ସାକ୍ଷୀ । ଶ୍ୱଶୁର ଭର୍ତ୍ତୃହରି ମହତାବ, ଶାଶୂ ମହାଶ୍ୱେତା ମହତାବ ନାଁ ସମେତ ସ୍ୱାମୀ ଲୋକରଞ୍ଜନ ମହତାବଙ୍କ ବିରୋଧରେ ସାକ୍ଷୀ ଅଭିଯୋଗ କରିଛନ୍ତି ।

ଅଗଷ୍ଟ ୧୭ ତାରିଖ ଅପରାହ୍ନରେ ଥାନାରେ ଏଫଆଇଆର ହୋଇଥିବା ସୂଚନା ମିଳିଛି । ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି । ଅନ୍ୟପଟେ ଅଭିଯୋଗ ପ୍ରସଙ୍ଗରେ ଭର୍ତ୍ତୃହରିଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।