Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ବିଜେପିକୁ ସପ୍ତଗିରି ଉଲ୍ଲାକାଙ୍କ ଟାର୍ଗେଟ୍

ଭୁବନେଶ୍ୱର, 20 ଏପ୍ରିଲ- ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ବିଜେପିକୁ ସପ୍ତଗିରି ଉଲ୍ଲାକା ଟାର୍ଗେଟ୍ କରିଛନ୍ତି ।ମହିଳା ବିଲ୍ ନାଁରେ ସୀମା ପୁନଃ ନିର୍ଦ୍ଧାରଣ ଥିଲା ଅସଲ ଉଦ୍ଦେଶ୍ୟ ବୋଲି ସେ ଅଭିଯୋଗ କରିଛନ୍ତି ।
ଆଜି ଏକ ପ୍ରେସମିଟରେ କଂଗ୍ରେସ ନେତା ସପ୍ତଗିରି ଉଲ୍ଲାକା ପ୍ରଶ୍ନ କରି ୨୦୨୩ରେ ବିଲ୍ ପାରିତ ହୋଇଥିଲେ ବି କାହିଁକି କାର୍ଯ୍ୟକାରୀ କଲେନି ବୋଲି ପଚାରିଛନ୍ତି । ସେ କହିଛନ୍ତି ଯେ, ତାହା ଅର୍ଥ ମହିଳାଙ୍କ ପ୍ରତି ସମ୍ମାନ ନାହିଁ । ମହିଳା ବିଲ୍ ନାଁରେ ସୀମା ପୁନଃ ନିର୍ଦ୍ଧାରଣ ଥିଲା ଅସଲ ଉଦ୍ଦେଶ୍ୟ ।
କିଛି ରାଜ୍ୟରେ ନିର୍ବାଚନ ଚାଲୁଥିବା ବେଳେ ଏହା ବିଜେପିର ଏକ ଚାଲ୍ ବୋଲି ସେ ଅଭିଯୋଗ କରିଛନ୍ତି । ମହିଳାଙ୍କୁ ମିଛ କହୁଛନ୍ତି ମୋଦି ସରକାର, ତାଙ୍କ ଚାଲ୍କୁ ଲୋକେ ବୁଝିସାରିଛନ୍ତି । ବିଜେପି ଗାଁକୁ ଯାଇ ଲୋକଙ୍କୁ ବୁଝାଇଲେ ଆମେ ବି କାଉଣ୍ଟର କରିବୁ ବୋଲି ସେ କହିଛନ୍ତି ।



