ଓଡ଼ିଶାଭକ୍ତିମୁଖ୍ୟ ଖବର

ଶ୍ରୀଗୁଣ୍ଡିଚା ମନ୍ଦିରର ନାଟମଣ୍ଡପ କଲମ ଓ ବିମରେ ଫାଟ

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରର ନାଟମଣ୍ଡପରେ ଫାଟ ସୃଷ୍ଟି ହୋଇଛି। ନାଟମଣ୍ଡପର ୪ଟିରୁ ୩ଟି କଲମରେ ଫାଟ ଥିବା ସୂଚନାମିଳିଛି। ଏହାସହ ବିମ୍‌ରେ ମଧ୍ୟ ଫାଟ ଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ବୈଷୟିକ କୋର କମିଟି। ଜଗମୋହନ, ନାଟମଣ୍ଡପ କଲମ ଓ ବିମରେ ସମସ୍ୟା ଥିବାରୁ ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ସଦସ୍ୟ ଏନ୍.ସି ପାଲ୍ ଓ ଏସ୍.କେ ଭଟ୍ଟାଚାର୍ଯ୍ୟ  ଆଜି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଅନୁଧ୍ୟାନ ପାଇଁ ଆସିଥିଲେ। ଯାଞ୍ଚ କରିବା ପରେ  ନାଟମଣ୍ଡପର ୪ଟିରୁ ୩ଟି କଲମରେ ଫାଟ ଥିବା ଥିବା ଜଣାପଡ଼ିଥିଲା। ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ସଦସ୍ୟ ଏନ୍.ସି ପାଲ୍ କହିଛନ୍ତି, ଶ୍ରୀଗୁଣ୍ଡିଚା ମନ୍ଦିରର ନାଟମଣ୍ଡପର ଜଗମୋହନରେ ପୂର୍ବରୁ ଫାଟ ସୃଷ୍ଟି ହୋଇଥିଲା। ରଥ ଯାତ୍ରା ପୂର୍ବରୁ ଏହାର ଅସ୍ଥାୟୀ ମରାମତି କରାଯାଇଥିଲା। ଜଗମୋହନ, ନାଟମଣ୍ଡପ କଲମ ଓ  ବିମରେ ସମସ୍ୟା ଥିବାରୁ ଆଜି ଆମେ ଅନୁଧ୍ୟାନରେ ଆସିଥିଲୁ। ନାଟମଣ୍ଡପର ୪ଟିରୁ ୩ଟି କଲମରେ ଫାଟ ଥିବା ବେଳେ ବିମ୍‌ରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଫାଟ ଯୋଗୁଁ ମନ୍ଦିର ପ୍ରତି କୌଣସି ବିପଦ ନାହିଁ। ଏହାର ମରାମତି କରାଯାଇପାରିବ।

Show More

Related Articles

Back to top button