Breaking PLUSଅପରାଧମୁଖ୍ୟ ଖବର

ସମ୍ବଲପୁର ଅବକାରୀ ବିଭାଗରେ କୋଟି କୋଟି ଟଙ୍କା ହରିଲୁଟ୍, ୨ ଗିରଫ

ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି ମାଧ୍ୟମରେ ପ୍ରାୟ ୩ କୋଟି ୬୭ ଲକ୍ଷ ଟଙ୍କା ହରିଲୁଟ୍ ହୋଇଥିବା ଅଭିଯୋଗରେ ସମ୍ବଲପୁର ପୋଲିସ ୨ ଜଣଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଅବକାରୀ କାର୍ଯ୍ୟାଳୟର ନିଲମ୍ବିତ ଜୁନିଅର ଆସିଷ୍ଟାଣ୍ଟ ସନ୍ଦୀପ କୁମାର ପଟ୍ଟନାୟକ ଏବଂ ଅବସରପ୍ରାପ୍ତ ଏଏସଆଇ ଶରତ ଚନ୍ଦ୍ର ବେହେରା। ଏହି ଘଟଣାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଅଚ୍ୟୁତ ଦେହୁରୀଙ୍କ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପେନସନ ନାମରେ ଅବସରପ୍ରାପ୍ତ ଅଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଉଥିଲା। ପରେ ସେହି ଟଙ୍କାକୁ ବିଭିନ୍ନ ଆକାଉଣ୍ଟକୁ ସ୍ଥାନାନ୍ତର କରି ହେରଫେର କରାଯାଉଥିଲା।

ଏହି ସମ୍ପର୍କରେ ଗତ ମାର୍ଚ୍ଚ ୯ ତାରିଖରେ ଅଇଁଠାପାଲି ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ପୋଲିସ ତଦନ୍ତ ପରେ ମୋଟ ୩ କୋଟି ୬୭ ଲକ୍ଷ ଟଙ୍କା ହେରଫେର ହୋଇଥିବା ସ୍ପଷ୍ଟ ହୋଇଛି।

ଏହା ସହିତ, ପୋଲିସ ପକ୍ଷରୁ ପ୍ରାୟ ୪୪ ଲକ୍ଷ ଟଙ୍କା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଫ୍ରିଜ୍ କରାଯାଇଛି। ଘଟଣାରେ ଆହୁରି କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button