ଶ୍ରୀମନ୍ଦିରରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ଼
ସତେ ଯେମିତି ମହାପ୍ରଭୁଙ୍କ ଝଲକ ଟିକେ ପାଇବାକୁ ଅପେକ୍ଷା କରିଥିଲେ ଶ୍ରଦ୍ଧାଳୁ। କୋଭିଡ କଟକଣା କୋହଳ ପରେ ଶ୍ରୀମନ୍ଦିରରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼। ପର୍ୟ୍ୟଟକଙ୍କ ସୁଅ ବି ଶ୍ରୀକ୍ଷେତ୍ରକୁ ଛୁଟିବା ଆରମ୍ଭ କଲା। ଗତ ୪ ଦିନର ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କ ସଂଖ୍ୟା ଓ ଦାନ ପରିମାଣରୁ ଏହା ସୂଚନା ମିଳିଛି

ସତେ ଯେମିତି ମହାପ୍ରଭୁଙ୍କ ଝଲକ ଟିକେ ପାଇବାକୁ ଅପେକ୍ଷା କରିଥିଲେ ଶ୍ରଦ୍ଧାଳୁ। କୋଭିଡ କଟକଣା କୋହଳ ପରେ ଶ୍ରୀମନ୍ଦିରରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼। ପର୍ୟ୍ୟଟକଙ୍କ ସୁଅ ବି ଶ୍ରୀକ୍ଷେତ୍ରକୁ ଛୁଟିବା ଆରମ୍ଭ କଲା। ଗତ ୪ ଦିନର ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କ ସଂଖ୍ୟା ଓ ଦାନ ପରିମାଣରୁ ଏହା ସୂଚନା ମିଳିଛି ଯେ କେତେ ଆକୁଳ ଥିଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ। ୪ ଦିନ ଭିତରେ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କ ସଂଖ୍ୟା ୫୩ ହଜାର ଡେଇଁଥିବାବେଳେ ଦାନ ପରିମାଣ ୧୩ ଲକ୍ଷ ଅତିକ୍ରମ କରିଛି। ଯାହାକି କୋଭିଡ କଟକଣା ପରେ ଅଗଷ୍ଟ ୧ରୁ ସର୍ବସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିବା ପରେ ସର୍ବାଧିକ । ସର୍ବାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଥିବା ବେଳେ ଶ୍ରୀମନ୍ଦିର ହୁଣ୍ଡିରେ ସର୍ବାଧିକ ଦାନ ବି ପଡ଼ିଛି । ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଗତ ୩୧ ତାରିଖରେ ୧୨ହଜାର ୮୦୭ ଜଣ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବାବେଳେ ଶ୍ରୀମନ୍ଦିର ହୁଣ୍ଡିରୁ ୧ଲକ୍ଷ ୯୬ହଜାର ୪୨୭ ଟଙ୍କା ଦାନ ସଂଗ୍ରହ ହୋଇଥିଲା । ସେହିଭଳି ଗତ ୧ ତାରିଖରେ ୧୦ହଜାର ୮୮୨ଜଣ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଥିବାବେଳେ ଦାନ ପରିମାଣ ୨ଲକ୍ଷ ୯୩ହଜାର ୧୮୫ ଟଙ୍କା ରହିଥିଲା । ଗତକାଲି ୧୪ହଜାର ୧୧୦ଜଣ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଥିବାବେଳେ ହୁଣ୍ଡିରୁ ୩ଲକ୍ଷ ୭୩ହଜାର ୦୨୬ ଟଙ୍କା ଦାନ ସଂଗ୍ରହ କରାଯାଇଥିଲା । ସର୍ବାଧିକ ୧୬ହଜାର ୧୦୦ଜଣ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଥିବାବେଳେ ହୁଣ୍ଡି ଦାନ ପରିମାଣ ୪ଲକ୍ଷ ୫୨ହଜାର ୭୮୪ ଟଙ୍କା ରହିଛି । ଗତ ୧୨ ତାରିଖରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିଥିବାବେଳେ ଅଗଷ୍ଟ ୧ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା ।