Breaking PLUSଓଡ଼ିଶାମୁଖ୍ୟ ଖବର
ବିଜେଡି ଉପରେ ପୁଣି ବର୍ଷିଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର, 28ମେ- ବିଜେପି ନେତା ଦେବାଶିଷ ସାମନ୍ତରାୟ ସାମ୍ୱାଦିକ ସମ୍ମିଳନୀ କରି ବିଜେଡିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ବିଜେଡିରେ ଥିବା ବେଳେ ମୁଁ ଅଣନିଶ୍ୱାସୀ ହୋଇ ରହିଥିଲି । ନବୀନ ନିବାସକୁ ହଠାତ୍ ମୋତେ ଯିବାକୁ ମନା କରାଗଲା ।
ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ, ନବୀନ ବାବୁ କହିଥିଲେ ପାଣ୍ଡିଆନ୍ ମୋ ଉତ୍ତରାଧିକାରୀ ନୁହେଁ । ପାଣ୍ଡିଆନ୍ ଭୈରବ ହୋଇ ନବୀନଙ୍କ ପାଖକୁ କାହାକୁ ଛାଡୁନାହିଁ । ବିଜୁ ବାବୁଙ୍କୁ ଜାଣିନଥିବା ଲୋକେ କରିଛନ୍ତି ବିଜୁ ଫାଉଣ୍ଡେସନ୍ । ବିଜୁ ବାବୁଙ୍କୁ ସମ୍ମାନ ଦେବାରେ ବିଜେଡି ଅସମର୍ଥ । ଏବେ ବିଜୁ ଜନତା ଦଳରେ ମାଆବାପା ବୋଲି କେହି ନାହାନ୍ତି । ଏବେ ବିଜେପି ମୋତେ ଯେଉଁ କାମ ଦେବ, ସେ କାମ ନିଶ୍ଚୟ କରିବି ବୋଲି ସେ କହିଛନ୍ତି ।


