Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ଦିଲ୍ଲୀରେ 5ମହଲା କୋଠା ଭୁଶୁଡିଲା, ଅନେକ ମୃତ

ନୂଆଦିଲ୍ଲୀ, 31 ମେ- ଦକ୍ଷିଣ ଦିଲ୍ଲୀର ମହରୌଲୀ ଥାନା ଅନ୍ତର୍ଗତ ସାକେତ ମେଟ୍ରୋ ଷ୍ଟେସନ ନିକଟସ୍ଥ ସୈଦୁଲାଜବ ଅଞ୍ଚଳରେ ଏକ ୫ ମହଲା ବିଶିଷ୍ଟ ଆବାସିକ କୋଠା ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଦିଲ୍ଲୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚଳାଇଛି। କୋଠାଟି ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବାରୁ ଘରେ ରହୁଥିବା ଲୋକମାନେ ଏହା ମଧ୍ୟରେ ଚାପି ହୋଇରହିଛନ୍ତି। କୋଠା ଭୁଶୁଡିବା ସମ୍ପର୍କରେ ସନ୍ଧ୍ୟା ୭ଟା ୪୪ରେ ଅଗ୍ନିଶମ ବାହିନୀକୁ ଖବର ମିଳିଥିଲା। ଭଗ୍ନାବଶେଷ ମଧ୍ୟରୁ ୪ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବାବେଳେ ଅନ୍ୟମାନଙ୍କୁ ଉଦ୍ଧାର ଲାଗି ଉଦ୍ୟମ ଚାଲିଛି।



