ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବରରାଜନୀତି

ଦିଲ୍ଲୀ ମଦନୀତି ମାମଲା: ପ୍ରମାଣ ନଷ୍ଟ କରିଛନ୍ତି ମନିଷ ସିସୋଦିଆ

ନୂଆଦିଲ୍ଲୀ : ଦିଲ୍ଲୀ ମଦନୀତି ସ୍କାମରେ ସମ୍ପୃକ୍ତ ଥିବା ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ପ୍ରମାଣ ନଷ୍ଠ କରିଛନ୍ତି। ସିସୋଦିଆ ବାରମ୍ବାର ତାଙ୍କ ଫୋନ୍‌ ଚେଞ୍ଜ କରିଥିବା ବେଳେ ପ୍ରମାଣ ମଧ୍ୟ ନଷ୍ଠ କରିଛନ୍ତି। ଆଜି କୋର୍ଟରେ ଏହା କହିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) । ଦିଲ୍ଲୀ ମଦନୀତି ମାମଲାରେ ତଦନ୍ତ କରୁଥିବା ଇଡି ଆଜି ଦିଲୀର ଏକ କୋର୍ଟଙ୍କୁ କହିଛନ୍ତି ଯେ, ସିସୋଦିଆ  ୧୧ଟି ଫୋନ୍ ପରିବର୍ତ୍ତନ କରିଛନ୍ତି।  ମଦ ଦୁର୍ନୀତିରେ ଏହି ଫୋନ୍ ବ୍ୟବହାର କରାଯାଇଥିଲା ବୋଲି ଇଡି କୋର୍ଟଙ୍କୁ କହିଛନ୍ତି।

ଅନ୍ୟପଟେ ଦିଲ୍ଲୀ ମଦନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘନିଷ୍ଠ ସହଯୋଗୀ ଅମିତ ଅରୋରାଙ୍କୁ ଗିରଫ କରିଛି। ବ୍ୟବସାୟୀ ଅମିତ ହେଉଛନ୍ତି ଗୁରୁଗ୍ରାମସ୍ଥିତ ‘ବଡ୍ଡୀ ରିଟେଲ୍‌’ର ନିର୍ଦେଶକ। ଏହାଙ୍କୁ ମିଶାଇ ଦିଲ୍ଲୀ ମଦ ନୀତି ସହିତ ସମ୍ପୃକ୍ତ ଥିବା ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଏପର୍ଯ୍ୟନ୍ତ ୫ଜଣଙ୍କୁ ଗିରଫ କରିସାରିଲାଣି।

ଜେରା ପରେ ସେପ୍ଟେମ୍ବର ୨୭ ତାରିଖ ଦିନ ମଦ ବ୍ୟବସାୟୀ ସୀମର ମାହାନ୍ଦ୍ରୁଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଥିଲା। ଏହି ମାମଲାରେ ଆର୍ଥିକ ତଦନ୍ତକାରୀ ସଂସ୍ଥାନ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଏପର୍ଯ୍ୟନ୍ତ ୧୬୯ଟି ତଲାସ ଅଭିଯାନ କରିସାରିଲାଣି। ଦିଲ୍ଲୀର ଉପରାଜ୍ୟପାଳଙ୍କ ସୁପାରିସକ୍ରମେ ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାର ତଦନ୍ତ ଦାୟିତ୍ୱ ‘ସିବିଆଇ’କୁ ହସ୍ତାନ୍ତର କରାଯାଇଥିଲା। ଆର୍ଥିକ ଦୁର୍ନୀତି ହୋଇଥିବାରୁ ‘ସିବିଆଇ’ ନିର୍ଦେଶକ୍ରମେ ପ୍ରବର୍ତ୍ତନ ନିର୍ଦେଶାଳୟ ଉପରୋକ୍ତ ମାମଲାରେ ଚଢ଼ଉ ଅଭିଯାନ ଓ ଗିରଫଦାରି ଜାରି ରଖିଛି।

ପୂର୍ବରୁ ‘ସିବିଆଇ’ ଅଭିଯୋଗ କରିଥିଲା ଯେ, ଅମିତ ଅରୋରା, ଦିନଶେ ଅରୋରା ଏବଂ ଅର୍ଜୁନ ପାଣ୍ଡେ ହେଉଛନ୍ତି ସିସୋଦିଆଙ୍କର ଘନିଷ୍ଠ ସହଯୋଗୀ। ଅଭିଯୁକ୍ତ ସରକାରୀ ଅଧିକାରୀଙ୍କ ପାଇଁ ସେମାନେ ମଦ ଲାଇସେନ୍‌ସ୍‌ରୁ ପ୍ରାପ୍ତ ଲାଞ୍ଚ ଅର୍ଥରାଶି ପରିଚାଳନା କରୁଥିଲେ।

 

Show More

Related Articles

Back to top button