ଅପରାଧଆଇନ କାନୁନଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ସୁକେଶଙ୍କ ବେଆଇନ୍ ଅର୍ଥ କାରବାରରେ ଲିପ୍ତ ଥିବା ଅଭିଯୋଗରେ ପିଙ୍କି ଇରାନୀ ଗିରଫ

ମୁମ୍ବାଇକନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ବଟି ଆଦାୟ ମାମଲାକୁ ନେଇ ଏବେ ଜେଲରେ ଅଛନ୍ତି। ତାଙ୍କ ସହ ସମ୍ପର୍କ ଥିବାରୁ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଜାକଲିନଙ୍କୁ ପଚରାଉଚରା କରିଛି। ତେବେ ସୁକେଶ ଏବଂ ଜ୍ୟାକଲିନ୍‌ଙ୍କ ମଧ୍ୟରେ ମଧ୍ୟସ୍ଥତା କରିବା ତଥା ବେଆଇନ୍ ଅର୍ଥ କାରବାରରେ ଲିପ୍ତ ଥିବା ଅଭିଯୋଗରେ ପିଙ୍କି ଇରାନୀ ନାମକ ଜଣେ ଯୁବତୀଙ୍କୁ ଦିଲ୍ଲୀର ଅର୍ଥନୈତିକ ଅପରାଧ ଶାଖା ଆଜି ଗିରଫ କରିଛି। କନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖର ଓ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ମଧ୍ୟରେ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ପିଙ୍କି ସମ୍ପୃକ୍ତ ଥିବା ଅର୍ଥନୈତିକ ଅପରାଧ ଶାଖା ପ୍ରମାଣ ପାଇଛି।

ଅନେକ ପ୍ରମାଣ ମିଳିବା ପରେ ପିଙ୍କିଙ୍କୁ ଆଜି ଇଡି ଗିରଫ କରିଛି। ପୁଲିସ ତାଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଯୋଜନା କରୁଛି। ସୂଚନାନୁସାରେସୁକେଶ ଚନ୍ଦ୍ରଶେଖର ୨୧୫ କୋଟି ଟଙ୍କା ବଳ ପୂର୍ବକ ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ମାମଲାର ଅନୁସନ୍ଧାନରୁ ଜଣାପଡିଛି ଯେସୁକେଶ ଜ୍ୟାକଲିନଙ୍କୁ ଅନେକ ମହଙ୍ଗା ଉପହାର ଦେଇଛନ୍ତି। ଏହା ପରେ ଇଡି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୭ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ମଧ୍ୟ ଜବତ କରିଛି। ଚାର୍ଜସିଟରେ ଏହା ମଧ୍ୟ ଲେଖାଅଛି ଯେସୁକେଶ ଚନ୍ଦ୍ରଶେଖରଙ୍କ ସହଯୋଗୀ ପିଙ୍କି ଇରାନୀ ସୁକେଶଙ୍କୁ ଜ୍ୟାକଲିନଙ୍କ ସହ ଭେଟ କରାଇଥିଲେ। ଏବଂ ସୁକେଶ ପିଙ୍କି ଇରାନୀଙ୍କ ମାଧ୍ୟମରେ ଜ୍ୟାକଲିନଙ୍କୁ ମହଙ୍ଗା ଉପହାର ଏବଂ ନଗଦ ଟଙ୍କା ଦେଉଥିଲେ।  

Show More

Related Articles

Back to top button