Breaking PLUSଓଡ଼ିଶାମୁଖ୍ୟ ଖବର

ଡିଜି-ଆଇଜି ସମ୍ମିଳନୀ ଉଦଘାଟିତ

ଭୁୁବନେଶ୍ୱର: ଲୋକସେବା ଭବନରେ ଡିଜି-ଆଇଜି ସମ୍ମିଳନୀ ଆରମ୍ଭ ହୋଇଯାଇଛି। ଦେଶର ସୁରକ୍ଷା ପାଇଁ ଆଲୋଚନା ହେଉଥିବା ଏହି ଗୁରୁତ୍ବପୂର୍ଣ୍ଣ ସମ୍ମିଳନୀକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଉଦ୍‌ଘାଟନ କରିଛନ୍ତି। ଏହି ସମ୍ମିଳନୀରେ ଦେଶର ସବୁ ରାଜ୍ୟର ଡିଜିପି ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ସମ୍ମିଳନୀ ତିନି ଦିନ ଧରି ଚାଲିବ। ଏହି ସମ୍ମିଳନୀରେ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗ ଦେଉଛନ୍ତି। ଶାହଙ୍କ ପୂର୍ବରୁ ଓଡ଼ିଶାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ପହଞ୍ଚିଛନ୍ତି।

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ  ପହଞ୍ଚି ଥିଲେ। ଏଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ସ୍ବାଗତ ଜଣାଇଥିଲେ। ଏହା ପରେ ଶ୍ରୀ ଶାହ ସିଧାସଳଖ ଲୋକସେବା ଭବନରେ ପହଞ୍ଚି ଆନୁଷ୍ଠାନିକ ଭାବେ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ। ରାତି ୮ଟା ପର୍ଯ୍ୟନ୍ତ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବ। ବୈଠକ ସରିବା ପରେ ଶ୍ରୀ ଶାହ ଆଇପିଏସ୍ ମେସ୍‌କୁ ଯାଇ ରାତ୍ରିଯାପନ କରିବେ ବୋଲି ସୂଚନା ମିଳିଛି।

Show More

Related Articles

Back to top button