ଦୁର୍ଘଟଣାମୁଖ୍ୟ ଖବର

ଡିଭାଇଡ଼ରରେ ପିଟି ହୋଇ ଓଭରବ୍ରିଜ ତଳକୁ ଖସିଲା ଟ୍ରକ୍, ୨ ମୃତ

ସୋର ଥାନା ଅଞ୍ଚଳର ୧୬ ନମ୍ବର ଜାତୀୟ ରାଜପଥର ତଳନଗର ପୋଲ ଉପରେ ଆଳୁ ବୋଝେଇ ଏକ ଟ୍ରକ୍ ଡିଭାଇଡ଼ରକୁ ଧକ୍କା ଦେଇ ପ୍ରାୟ ୨୦ ଫୁଟ ତଳକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ଚାଳକ ଓ ହେଲ୍ପରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଟ୍ରକ୍‌ଟି ଭୋର ସମୟରେ ତଳନଗର ନିକଟରେ ପ୍ରଥମେ ଅନ୍ୟ ଗାଡିକୁ ଧକ୍କା ଦେଇ ପରେ ଡିଭାଇଡ଼ରକୁ ଧକ୍କା ମାରିଥିଲା। ଫଳରେ ଟ୍ରକ୍‌ଟି ପୋଲ ତଳକୁ ଖସିଯାଇଥିଲା ଏବଂ ଦୁଇଜଣ ଆଳୁ ବସ୍ତା ତଳେ ଚାପି ହୋଇଥିଲେ।
ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ପରେ ଉଭୟଙ୍କୁ ସୋର ଡାକ୍ତରଖାନାକୁ ନେଇଯାଇଥିଲେ, ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ।

Show More

Related Articles

Back to top button