
ଦଳୀୟ ଅନ୍ତଃକନ୍ଦଳକୁ ଡରି ତ୍ୱରିତ ନିଷ୍ପତ୍ତି ନେଲେ ତୃଣ ମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ। ମମତା ବନାର୍ଜୀଙ୍କ ଦ୍ୱାରା ଦଳର ଆମୁଳଚୁଳ ପରିବର୍ତ୍ତନ କରାଯାଇଛି । ଶନିବାର ଏକ ଉଚ୍ଚସ୍ତରୀୟ ବୈଠକରେ ଟିଏମସି ଦଳର ମୁଖ୍ୟ ମମତା ବାନାର୍ଜୀ ନୂଆ ୨୦ ଜଣିଆ ଜାତୀୟ କାର୍ଯ୍ୟକାରିଣୀ ଦଳ ଘୋଷଣା କରିଛନ୍ତି । ଦଳରେ କେବଳ ଅଧ୍ୟକ୍ଷ ପଦକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ପଦ ହଟାଇ ଦିଆଯାଇଛି । ନୂଆ ତାଲିକା ଅନୁସାରେ କୋଲକାତା ମେୟର ଫିରହାଦ ହାକିମ ଜାତୀୟ କାର୍ଯ୍ୟକାରିଣୀ ଦଳରେ ସ୍ଥାନ ପାଇଛନ୍ତି । ଫିରହାଦଙ୍କ ବ୍ୟତିତ ୟଶୱନ୍ତ ସିହ୍ନା, ଅରୂପ ବିଶ୍ୱାସ ଓ ଶୋଭନଦେବ ଚାଟାର୍ଜୀ ଏହି ନୂଆ କାର୍ଯ୍ୟକାରିଣୀ ଦଳରେ ସାମିଲ ହୋଇଛନ୍ତି । ଆଶ୍ଚର୍ଯ୍ୟ କଥା ହେଉଛି ବରିଷ୍ଠ ସାଂସଦ ଡେରେକ ଓବ୍ରିଏନ ଓ ସୌଗତା ରାୟ ଏହି ୨୦ ଜଣିଆ ଜାତୀୟ ନୂଆ କାର୍ଯ୍ୟକାରିଣୀ ଦଳରୁ ବାଦ ପଡ଼ିଛନ୍ତି । ନୂତନ ଭାବେ ପୁନର୍ଗଠିତ ହୋଇଥିବା ଜାତୀୟ କାର୍ଯ୍ୟକାରିଣୀ ଦଳରେ କୌଣସି ନୂଆ ପଦ ଓ ଦାୟିତ୍ୱ ଘୋଷଣା କରାଯାଇନାହିଁ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାଳିଘାଟରେ ଥିବା ବାସଭବନରେ ଜାତୀୟ କାର୍ଯ୍ୟକାରିଣୀ ଦଳ ତିଆରି କରିବା ପାଇଁ ଅନୁଷ୍ଠିତ ହାଇଥିଲା । ବୈଠକରେ ପରେ ବରିଷ୍ଠ ଟିଏମସି ନେତା ପାର୍ଥ ଚାଟାର୍ଜୀ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି କାର୍ଯ୍ୟକାରୀ ଅଧିକାରୀଙ୍କ ନାମ ମମତା ବାନାର୍ଜୀ ପରେ ଘୋଷଣା କରିବେ। ଅନ୍ୟ ଏକ ସୂଚନା ଅନୁସାରେ ଅଭିଶେକ ବାନାର୍ଜୀଙ୍କୁ ଟିଏମସି ଦଳର ଜାତୀୟ ସାଧାରଣ ସମ୍ପାଦକ ପଦରୁ ହଟାଇ ଦିଆଯାଇଛି । କିନ୍ତୁ ଅଭିଶେକଙ୍କୁ ଜାତୀୟ କାର୍ଯ୍ୟକାରିଣୀ ଦଳରେ ୨୦ ଜଣଙ୍କ ମଧ୍ୟରେ ରହିବାର ସୁଯୋଗ ମିଳିଛି ।