Breaking PLUSଓଡ଼ିଶାମୁଖ୍ୟ ଖବର

ଅଫିସ୍‌ର ମହିଳା କର୍ମଚାରୀଙ୍କୁ ଏକତରଫା ପ୍ରେମ କରି ବିଫଳ ଯୋଗୁ କ୍ୟାମେରା ଖଂଜିଥିଲା କିରାଣୀ- ଏସପି

DRDA ଅଫିସ୍ ୱାସ୍‌ରୁମ୍‌ରୁ ହିଡେନ୍‌ କ୍ୟାମେରା ଜବତ ଘଟଣା

ଜଗତସିଂହପୁର, 31 ମେ-: DRDA ଅଫିସ୍ ୱାସ୍‌ରୁମ୍‌ରୁ ହିଡେନ୍‌ କ୍ୟାମେରା ଜବତ ଘଟଣା  । ଜୁନିୟର କିରାଣି ସଞ୍ଜୟ ଅଧେଖାଙ୍କୁ ଗିରଫ ପରେ ଏସ୍‌ପି ପ୍ରେସମିଟ୍‌ କରି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ,ଅଫିସ୍‌ର ମହିଳା କର୍ମଚାରୀଙ୍କୁ ଏକତରଫା ପ୍ରେମ କରି ବିଫଳ ହୋଇଥିଲା । ୟୁଟ୍ୟୁବ୍‌ ଦେଖି ଅନଲାଇନ୍‌ରୁ ମଗାଇଥିଲା ହିଡେନ୍ କ୍ୟାମେରା । ମାର୍ଚ୍ଚ ମାସରୁ ଲଗାଇଥିଲା କ୍ୟାମେରା, ସପ୍ତାହକୁ ଥରେ ଚାର୍ଜ କରୁଥିଲା । ସପ୍ତାହକୁ ଥରେ ଚାର୍ଜ କରି ପୁଣି ସେହି ସ୍ଥାନରେ ଲଗାଉଥିଲା କ୍ୟାମେରା ।

ଏଠାରେ ସୂଚନାଯୋଗ୍ୟ ଜଗତସିଂହପୁର ଜିଲ୍ଲା DRDA କାର୍ଯ୍ୟାଳୟର ମହିଳା ୱାସରୁମ ଭିତରୁ ଏକ ସିକ୍ରେଟ କ୍ୟାମେରା ମିଳିଥିଲା । ସୂଚନା ଅନୁଯାୟୀ ଗତ ୨୫ ତାରିଖରେ ଜଣେ ମହିଳା କର୍ମଚାରୀ ୱାସରୁମ ବ୍ୟବହାର କରୁଥିବା ବେଳେ ହଠାତ୍ ଏକ ଛୋଟ କ୍ୟାମେରା ଖସି ପଡ଼ିଥିଲା। ଏହାକୁ ଦେଖି ସେ ତୁରନ୍ତ ଅତିରିକ୍ତ ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଇଥିଲେ।

Show More

Related Articles

Back to top button