ଓଡ଼ିଶାମୁଖ୍ୟ ଖବର

ଇ-ଯାନକୁ ପ୍ରୋତ୍ସାହନ

ପ୍ରଦୂଷଣ ହାରକୁ ରୋକିବା ପାଇଁ ଭାରତ ସରକାର ଇ-ଯାନ’ ନୀତି ଆପଣାଇଛନ୍ତି ।

ଦେଶରେ ଉତ୍କଟ ହେବାରେ ଲାଗିଛି ପ୍ରଦୁଷଣ ହାରା । ଏହାକୁ କିଛି ମାତ୍ରାରେ ପ୍ରତିହତ କରିବାକୁ ଖୁବଶୀଘ୍ର ରାସ୍ତାରେ ବହୁଳ ସଂକ୍ଷାରେ ଗଡ଼ିବ ଇ-ଯାନ । ରାଜ୍ୟରେ ଏବେ ଇ-ଯାନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟରେ ଇ-ଯାନ ଗଡ଼ିବା ନେଇ ଯୋଜନା ଚାଲିଛି । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

 

ପ୍ରଦୂଷଣ ହାରକୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଇ-ଯାନ’ ନୀତି ଆପଣାଯାଇଛି । ବିଦ୍ୟୁତ ଚାଳିତ ଯାନ କିଣିବା ପାଇଁ ସରକାର ପ୍ରୋତ୍ସାହନ ଯୋଗାଇଦେବେ । ବିଦ୍ୟୁତ ଚାଳିତ ଯାନ କିଣିଲେ ଲୋକଙ୍କୁ ରିହାତି ମିଳିବ । ଦୁଇ ଚକିଆ ଯାନ ପାଇଁ ୫ ହଜାର ଟଙ୍କାର ରିହାତି ଦିଆଯିବା ସହ ତିନି ଚକିଆ ଯାନ ପାଇଁ ୧୨ ହଜାର ଓ ୪ ଚକିଆ ପାଇଁ ସର୍ବାଧିକ ୧ ଲକ୍ଷ ଟଙ୍କା ରିହାତି ମିଳିବ । ସରକାରୀ ଅଫିସ୍ ଓ କମ୍ପାନି ବିଦ୍ୟୁତ ଚାଳିତ ଯାନ କିଣିଲେ ରିହାତି ଅଧିକ ମିଳିବ ବୋଲି ସୂଚନା ମିଳିଛି । ବିଦ୍ୟୁତ ଚାଳିତ ଯାନ କିଣିଲେ ରୋଡ୍ ଟ୍ୟାକ୍ସ ଓ ପଞ୍ଜିକରଣ ଫି ଛାଡ କରାଯାଇପାରେ । ବିଦ୍ୟୁତ ଚାଳିତ ଯାନ ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଏହି ସବୁ ସୁବିଧା ଯୋଗାଇଦେବେ ବୋଲି ଜଣାପଡ଼ିଛି । ଖବର ଅନୁଯାୟୀ, ରାଜ୍ୟରେ ଇ-ଯାନ ଚଳାଚଳ ନେଇ ପରିବହନ ବିଭାଗ ପକ୍ଷରୁ ଅଣାଯାଇଥିବା ଚିଠା ପ୍ରସ୍ତାବକୁ ଖୁବଶୀଘ୍ର କ୍ୟାବିନେଟ ଅନୁମୋଦନ ମିଳିବା ନେଇ ସୂଚନା ରହିଛି ।

Show More

Related Articles

Back to top button