Breaking PLUSଆଇନ କାନୁନଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ଛାତ୍ରଛାତ୍ରୀଙ୍କ ପାଇଁ ୨ ଲକ୍ଷ ଅନୁକମ୍ପା ରାଶି

ଭୁବନେଶ୍ୱର: ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଓ ସ୍ଥାୟୀ ଭିନ୍ନକ୍ଷମତା କ୍ଷେତ୍ରରେ ଆର୍ଥିକ ସହାୟତା ପାଇଁ ନୂଆ ନିୟମାବଳୀ ଜାରି କରିଛନ୍ତି ଓଡ଼ିଶା ସରକାର। ଏଣିକି ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ ହେଲେ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳିବ। ସେହିପରି ଦୁର୍ଘଟଣା ଯୋଗୁଁ ସ୍ଥାୟୀ ଭିନ୍ନକ୍ଷମତା ହେଲେ ମଧ୍ୟ ୨ ଲକ୍ଷ ଟଙ୍କା ସହାୟତା ଦିଆଯିବ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସେପ୍ଟେମ୍ବର ୩ରେ ଏହି ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି। ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ସ୍କୁଲ୍‌, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମଡେଲ୍‌ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହାର ପରିସରଭୁକ୍ତ ହେବେ।

ଗୁରୁତର ଆହତ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନ୍ୟ ଜିଲ୍ଲାକୁ ସ୍ଥାନାନ୍ତର କରାଗଲେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ପରିବହନ ସହାୟତା ମିଳିବ। ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ୩ ଦିନରୁ ଅଧିକ ସମୟ ଚିକିତ୍ସିତ ହେଉଥିବା ଛାତ୍ରଙ୍କୁ ମଧ୍ୟ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପରିବହନ ସହାୟତା ଦିଆଯିବ।

ଯୋଗ୍ୟ ଛାତ୍ରଛାତ୍ରୀ ସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ପାଇବେ। ଏଥିସହ ଆୟୁଷ୍ମାନ ଭାରତ, ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ ଓ ରେଡ୍‌କ୍ରସ୍‌ ଭଳି ବିଭିନ୍ନ ସରକାରୀ ସହାୟତା ଯୋଜନାର ଲାଭ ମଧ୍ୟ ମିଳିପାରିବ।

ଅନୁକମ୍ପା ରାଶି ମଞ୍ଜୁର ହେବାର ୨୪ ଘଣ୍ଟା ମଧ୍ୟରେ ଟଙ୍କା ପ୍ରଦାନ କରିବାକୁ ନିୟମାବଳୀରେ ବ୍ୟବସ୍ଥା ରହିଛି। ଦୁର୍ଘଟଣାଜନିତ ମୃତ୍ୟୁରେ ପ୍ରଥମେ ମା’, ତାଙ୍କ ଅନୁପସ୍ଥିତିରେ ବାପା ଏବଂ ଉଭୟ ନଥିଲେ ଜିଲ୍ଲାପାଳଙ୍କ ଦ୍ୱାରା ଚିହ୍ନଟ ଅଭିଭାବକଙ୍କୁ ଏହି ରାଶି ପ୍ରଦାନ କରାଯିବ।

Show More

Related Articles

Back to top button