
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମାଛଧରାଳିମାନଙ୍କୁ ନୂତନ ସତର୍କତା ଜାରି କରାଯାଇଛି। ଉତ୍ତର ଓଡ଼ିଶା ସମୁଦ୍ରତଟ ଅଞ୍ଚଳରେ ଏପ୍ରିଲ ୨୬ ରୁ ୨୮ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ କଠୋର ଭାବେ ମନା କରାଯାଇଛି।
ଏହି ସମୟରେ ପବନର ଗତି ୪୫ରୁ ୫୫ କି.ମି. ପ୍ରତି ଘଣ୍ଟା ଓ ତୀବ୍ର ପବନ ୬୫ କି.ମି. ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ସମୁଦ୍ରର ଅବସ୍ଥା ଖରାପ ରୁ ଅତ୍ୟଧିକ ଖରାପ ହେବାର ସମ୍ଭାବନା ରହିଛି।
ସେହିପରିସ୍ଥିତିରେ ମାଛଧରାଳି ଓ ଡଙ୍ଗା ଚାଳକମାନଙ୍କୁ ଏହି ସତର୍କତାକୁ ଗୁରୁତ୍ୱର ସହିତ ନେଇ ଏହି ତିନି ଦିନ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି।
ସୁରକ୍ଷାକୁ ଧ୍ୟାନରେ ରଖି ସମସ୍ତଙ୍କୁ ସଚେତନ ରହିବାକୁ ବିଭାଗ ଅନୁରୋଧ କରିଛି।



