ଦୁର୍ଘଟଣାମୁଖ୍ୟ ଖବର

ପୋଲ ନିର୍ମାଣ ସମୟରେ ଦୁର୍ଘଟଣା: ମନ୍ତେଇ ନଦୀକୁ ଖସିଲା ଟ୍ରାକ୍ଟର, ଚାଳକ ମୃତ

ଧାମରା:  ଧାମରା ନିକଟସ୍ଥ ଘଂଟେଶ୍ୱର ଅଞ୍ଚଳରେ ପୋଲ ନିର୍ମାଣ କାମ ସମୟରେ ଏକ ଦୁର୍ଭାଗ୍ୟଜନକ ଅଘଟଣ ଘଟିଛି। ବାଲିଆପାଳ ଠାରେ ମନ୍ତେଇ ନଦୀ ଉପରେ ନିର୍ମାଣାଧୀନ ପୋଲର ସଂଯୋଗୀକରଣ ରାସ୍ତା କାମ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

ସୂଚନାନୁସାରେ, ସଂଯୋଗୀକରଣ ରାସ୍ତା ପାଇଁ ମାଟି ବୋହିବାରେ ନିୟୋଜିତ ଏକ ଟ୍ରାକ୍ଟର ମାଟି ବୋଝେଇ କରି ଆସୁଥିବା ସମୟରେ ହଠାତ୍ ବ୍ରେକ୍‌ ଫେଲ୍‌ ହୋଇଯାଇଥିଲା। ଏହାରେ ଚାଳକ ଗାଡ଼ି ଉପରେ ନିଜ ନିୟନ୍ତ୍ରଣ ହରାଇଥିଲେ ଏବଂ ଟ୍ରାକ୍ଟରଟି ସିଧାସଳଖ ନଦୀ ମଧ୍ୟକୁ ଖସିପଡ଼ିଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଚାଳକଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତକ ଜଣଙ୍କୁ ବାଲିଦାଣ୍ଡି ଗ୍ରାମର ଟୁନା ନାୟକଙ୍କ ପୁଅ ଲିପୁନ ନାୟକ ବୋଲି ପରିଚୟ ମିଳିଛି। ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ପସରିଛି।

ପୋଲ ନିର୍ମାଣ ସମୟରେ ସୁରକ୍ଷା ବ୍ୟବସ୍ଥା ଓ ଯାନବାହନର ପରିସ୍ଥିତି ନେଇ ପ୍ରଶ୍ନ ଉଠୁଥିବା ବେଳେ, ସ୍ଥାନୀୟ ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଥିବା ଖବର ମିଳିଛି।

Show More

Related Articles

Back to top button