ଦେଶମୁଖ୍ୟ ଖବର

ବଢ଼ିଲା ବିମାନ ଇନ୍ଧନ ମୂଲ୍ୟ, ଭଡ଼ା ହେବ ମହଙ୍ଗା

ମଧ୍ୟପ୍ରାଚ୍ୟରେ ଲାଗିଥିବା ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ବିମାନ ଇନ୍ଧନ ଦର ଅହେତୁକ ଭାବେ ବୃଦ୍ଧି ପାଇବା ପରେ ଭାରତର କମ୍ ମୂଲ୍ୟର ବିମାନ ସେବା ଯୋଗାଇ ଆସୁଥିବା କମ୍ପାନୀ ଇଣ୍ଡିଗୋ ଆଜିଠାରୁ ଘରୋଇ ଏବଂ ଆନ୍ତର୍ଜାତିକ ବିମାନ ଟିକେଟରେ ୪୨୫ ଟଙ୍କାରୁ ୨୩୦୦ ଟଙ୍କା ପର୍ଯ୍ୟନ୍ତ ଇନ୍ଧନ ଶୁଳ୍କ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି ।
ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଜେଟ୍ ଇନ୍ଧନ ମୂଲ୍ୟରେ ବ୍ୟାପକ ବୃଦ୍ଧି ଘଟିଛି । ଇଣ୍ଟରନ୍ୟାସନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ (IATA) ର ରିପୋର୍ଟ ଅନୁଯାୟୀ, ଏହି ଅଞ୍ଚଳରେ ଜେଟ ଫ୍ୟୁଏଲ ଦର ୮୫% ରୁ ଅଧିକ ବୃଦ୍ଧି ପାଇଛି। ବିମାନ ଚଳାଚଳ କ୍ଷେତ୍ରରେ ଇନ୍ଧନ ଖର୍ଚ୍ଚ ହେଉଛି ସବୁଠାରୁ ବଡ଼ ପରିଚାଳନା ବ୍ୟୟ। ତେଣୁ କମ୍ପାନୀ ବାଧ୍ୟ ହୋଇ ଯାତ୍ରୀଙ୍କ ଉପରେ ଏହି ଅତିରିକ୍ତ ଶୁଳ୍କ ଲଗାଇଛି।
ଘରୋଇ ଏବଂ ଭାରତୀୟ ଉପମହାଦେଶ ମଧ୍ୟରେ ବିମାନ ପାଇଁ ଇନ୍ଧନ ଶୁଳ୍କ ୪୨୫ ଟଙ୍କା ଏବଂ ମଧ୍ୟପ୍ରାଚ୍ୟ ସେବା ପାଇଁ ୯୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ଏକ ବିବୃତ୍ତିରେ ସୂଚନା ଦେଇଛି ଇଣ୍ଡିଗୋ ଏୟାରଲାଇନ୍ସ । ସେହିପରି ଦକ୍ଷିଣ ପୂର୍ବ ଏସିଆ ଏବଂ ଚୀନ୍, ଆଫ୍ରିକା ଏବଂ ପଶ୍ଚିମ ଏସିଆ ବିମାନ ପାଇଁ ଇନ୍ଧନ ଶୁଳ୍କ ୧୮୦୦ ଟଙ୍କା ଏବଂ ୟୁରୋପ ବିମାନ ପାଇଁ ୨୩୦୦ ଟଙ୍କା ହେବ ବୋଲି କହିଛି ଇଣ୍ଡିଗୋ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button