
ସଂକ୍ରମଣ କମୁଥିବାରୁ କଟକଣା କୋହଳ କରିଛନ୍ତି ସରକାର। ଅଗଷ୍ଟ ୧ତାରିଖ ସକାଳ ୬ରୁ ସେପ୍ଟେମ୍ବର ୧ତାରିଖ ସକାଳ ୬ଟା ଅଳ୍ପ କିଛି କଟକଣା ବଳବତ୍ତର ରଖାଯାଇଛି । ଅଗଷ୍ଟରେ ସାରା ରାଜ୍ୟରେ ଧାର୍ମିକ, ରାଜନୈତିକ, ସାଂସ୍କୃତିକ ସମାବେଶ ହେବନାହିଁ। ପାର୍କ ଓ ସମୁଦ୍ରକୂଳ ଖୋଲା ରହିବ। କୋଭିଡ ନିୟମ ଭିତରେ ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ। ସମସ୍ତ ମଲ୍ ଖୋଲିବ। ମଲ୍ କର୍ତ୍ତୃପକ୍ଷ ସମସ୍ତ କୋଭିଡ ନିୟମ ପାଳନ କରିବେ। ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ମଲ ଖୋଲିବ। ୫୦ ପ୍ରତିଶତ ଗ୍ରାହକରେ ଚାଲିପାରିବ ରେଷ୍ଟୁରାଣ୍ଟ, ବାର୍, ଢାବା। ସେହିପରି ୫୦ ପ୍ରତିଶତ ଦର୍ଶକରେ ଚାଲିପାରିବ ସିନେମାହଲ, ନାଟ୍ୟଶାଳା, ଥିଏଟର, ପ୍ରେକ୍ଷାଳୟ। ଯାତ୍ରା, ଅପେରା, ମୁକ୍ତାକାଶ ରଙ୍ଗମଞ୍ଚ ୫୦ ପ୍ରତିଶତ କ୍ଷମତାରେ ଚାଲିବ।
ବିବାହ କାର୍ଯ୍ୟରେ ସର୍ବାଧିକ ୨୫ ଓ ଅନ୍ତ୍ୟେଷ୍ଟିରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି ମିଳିବ। ଭୋଜିଭାତ ବଦଳରେ ପାର୍ସଲ ଖାଦ୍ୟକୁ ଅନୁମତି ଦିଆଯାଇଛି। ରାଜ୍ୟରେ ରାତି ୮ରୁ ସକାଳ ୬ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। କେବଳ ଭୁବନେଶ୍ବର, କଟକ, ପୁରୀରେ ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ। ତେବେ ଏହି ସମୟରେ ଜରୁରୀକାଳୀନ ସେବା, ଟିକାକରଣ, ଟେଷ୍ଟିଂ ଆଦି ଜାରି ରହିବ। ରାଜ୍ୟରେ ଦୋକାନ, ବଜାର ମଲ୍ ସକାଳ ୬ରୁ ରାତି ୮ଟା ଯାଏଁ ଖୋଲାରହିବ। କିନ୍ତୁ ଭୁବନେଶ୍ବର, କଟକ ଓ ପୁରୀରେ ସପ୍ତାହାନ୍ତ ସଟଡାଉନରେ ଏସବୁ ବନ୍ଦ ରହିବ।