Breaking PLUSଜୀବନଚର୍ଯ୍ୟାଦୁର୍ଘଟଣାପାଣିପାଗସ୍ୱାସ୍ଥ୍ୟ
ବଜ୍ରାଘାତରେ ୪ ମୃତ

ନୂଆପଡା: ଅକାଳରେ ବଜ୍ରାଘାତରେ ଗଲା ୪ ଜଣଙ୍କ ଜୀବନ । ନୂଆପଡା କୋମନା ଥାନା ମଳିକମୁଣ୍ଡା ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ବଜ୍ରାଘାତରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତେ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ତ୍ରିନାଥ ନାଗ, ଚୁଡାମଣି ନାଗ, ଲକ୍ଷ୍ମଣ ନାଗ ଓ ଗୁଣସଗର ନାଗ । ଏମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛି । ଅପରାହ୍ନରେ ଘର ଛପର ସଜାଡୁଥିବା ବେଳେ ହୋଇଥିଲା ବଜ୍ରାଘାତ । ଆକାଶରେ ହଠାତ କଳା ହାଣ୍ଡିଆ ମେଘ ସାଙ୍ଗକୁ ଘଡ଼ଘଡି ଏବଂ ବିଜୁଳି ମାରିବା ଆରମ୍ଭ ହୋଇଥିଲା । ଏପରି ଅଚାନକ ବଜ୍ରାଘାତରେ ଘର ଛପର କରୁଥିବା ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି ।



