ଅପରାଧମୁଖ୍ୟ ଖବର

ଗ୍ୟାସ ସଙ୍କଟ : ବିଭିନ୍ନ ସ୍ଥାନରେ ଚଢ଼ାଉ ଜୋରଦାର, ୪୯୯୨ ସିଲିଣ୍ଡର ଜବତ

 

ଭୁବନେଶ୍ୱର: ଘରୋଇ ଓ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ସୁଗମ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟଜୁଡ଼ା ଚଢ଼ାଉ ଜାରି ରହିଛି। ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ଠୁଳ କରି ରଖୁଥିବା ଓ ବିକ୍ରି କରୁଥିବା ଲୋକଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯାଉଛି।

ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ୨୫୦୩ଟି ସ୍ଥାନରେ ଚଢ଼ାଉ କରାଯାଇଥିବାବେଳେ ୪୯୯୨ଟି ବେଆଇନ ସିଲିଣ୍ଡର ଜବତ କରାଯାଇଛି। ଏଥିସହିତ ୩୧ଟି ମାମଲା ଦାଏର ହୋଇଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନୁଯାୟୀ ୩୮୪ଟି ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ୫ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି।

ସରକାର ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ବିଶ୍ୱ ଭୂରାଜନୈତିକ ପରିସ୍ଥିତି ଇନ୍ଧନ ବଜାରକୁ ପ୍ରଭାବିତ କରୁଥିଲେ ମଧ୍ୟ ଭାରତରେ ଏଲପିଜି ଯୋଗାଣ ସ୍ଥିର ରହିଛି। ତେଣୁ ଉପଭୋକ୍ତାମାନେ ଆତଙ୍କିତ ହୋଇ ଅଧିକ ସିଲିଣ୍ଡର ବୁକିଂ କରିବା କିମ୍ବା ଗଚ୍ଛିତ କରିବାରୁ ବିରତ ରହିବାକୁ ଅନୁରୋଧ କରାଯାଇଛି।

ଏହାସହିତ ଏସଏମଏସ ଓ ଆଇଭିଆରଏସ ଭଳି ଡିଜିଟାଲ୍‌ ପଦ୍ଧତି ମାଧ୍ୟମରେ ରିଫିଲ୍‌ ବୁକିଂ କରିବାକୁ ଉପଭୋକ୍ତାମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି। ଗୁଜବକୁ ବିଶ୍ୱାସ ନକରି କେବଳ ସରକାରୀ ସୂଚନାକୁ ଅନୁସରଣ କରିବାକୁ ବିଭାଗ ପକ୍ଷରୁ ଆହ୍ୱାନ ଜାରି କରାଯାଇଛି।

 

 

Show More

Related Articles

Back to top button