Breaking PLUSଦେଶମୁଖ୍ୟ ଖବର
ହରିୟାଣାରେ 49 ସିଟରେ ବିଜେପି ଆଗୁଆ
ହରିୟାଣା ବିଧାନସଭା ନିର୍ବାଚନରେ ଫଳାଫଳା ଧୀରେ ଧୀରେ ଆସୁଛି। ତେବେ ଏହାରି ଭିତରେ ବଡ ଖବର ହେଉଛି ବିଜେପି ଏଠାରେ ମ୍ୟାଜିକ୍ ନମ୍ବର ପାର କରିଛି। ବିଜେପି ୪୯ସିଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୩୫ସିଟରେ ଆଗୁଆ ଓ ଅନ୍ୟ ସ୍ୱାଧୀନ ଦଳ ୬ଟି ଆସନରେ ଆଗୁଆ ରହିଛନ୍ତି। ହରିୟାଣାରେ ବିଜେପିର ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନୀ ଆଗୁଆ ରହିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡା ମଧ୍ୟ ଆଗୁଆ ରହିଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ କୁସ୍ତିଯୋଦ୍ଧା ବିନେଶ ଫୋଗତ ଜୁଲାନାରେ ଆଗୁଆ ରହିଛନ୍ତି।