Breaking PLUSଦେଶମୁଖ୍ୟ ଖବରରାଜନୀତି
ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ବଶର୍ମା
-ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହିମନ୍ତ

ଗ୍ୱୌହାଟୀ- ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ବଶର୍ମା । ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହିମନ୍ତ । ୪ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କଲେ ହିମନ୍ତ ।
ହିମନ୍ତଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ରାଜ୍ୟପାଳ । ଖାନାପଡ଼ା ଭେଟେରେନାରୀ କଲେଜ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା । ଆସାମରେ ଲଗାତାର ୩ୟ ଥର ପାଇଁ ବିଜେପି ନେତୃତ୍ବାଧୀନ NDA ସରକାର ଗଠନ ହୋଇଛି ।
ଶପଥ ସମାରୋହରେ ଉପସ୍ଥିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ । ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଥିଲେ । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ଉପସ୍ଥିତ ଥିଲେ । ସମସ୍ତ ବିଜେପି ଶାସିତ ରାଜ୍ୟର CM ଶପଥ ସମାରୋହରେ ସାମିଲ ହୋଇଛନ୍ତି ।



