ଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଶକ୍ତ ଝଟକା ପରେ ପାକିସ୍ଥାନବାସୀଙ୍କୁ ଇମ୍ରାନ ଖାନଙ୍କ ଉଦବୋଧନ୍

ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି

ଇସଲାମବାଦ: ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଶକ୍ତ ଝଟକା । ଏପ୍ରିଲ୍ ୯ ତାରିଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅନାସ୍ଥା ଭୋଟିଂ ହେବ । କିନ୍ତୁ ତାଙ୍କର ପରବର୍ତ୍ତୀ ରଣନୀତି କଣ ହେବ, ସେ ନେଇ ଚର୍ଚ୍ଚା ଜୋର୍ ଧରିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଇମ୍ରାନ ସରକାର ଅନାସ୍ଥା ଭୋଟ ସମ୍ମୁଖୀନ ହେବେ ନା ଜବାବୀ ପଦକ୍ଷେପ ନେଇ ବିରୋଧୀଙ୍କୁ ପୁଣି ଥରେ ଚ୍ୟାଲେଞ୍ଜ କରିବେ ।

ଏସବୁ କଳ୍ପନାଜଳ୍ପନା ମଧ୍ୟରେ ଇମ୍ରାନ ଖାନ ଆଜି ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧନ କରିବାକୁ ଯାଉଛନ୍ତି । ପାକିସ୍ତାନ ସୁପ୍ରିମକୋର୍ଟଠୁ ଝଟକା ପାଇଲା ପରେ ଇମ୍ରାନ ଖାନଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି ସମସ୍ତଙ୍କର ନଜର ।ସୁପ୍ରିମକୋର୍ଟଙ୍କ ରାୟରେ ବିରୋଧୀ ଦଳ ଉଲ୍ଲସିତ ହୋଇଥିବା ବେଳେ ନିଜର ରଣନୀତି ସ୍ପଷ୍ଟ କରିନାହାନ୍ତି ଇମ୍ରାନ । ତେବେ ଶେଷ ବଲ୍ ଯାଏଁ ସଂଘର୍ଷ କରିବେ ବୋଲି ସଂକେତ ଦେଇଛନ୍ତି ଇମ୍ରାନ । ଅନାସ୍ଥା ପ୍ରସ୍ତାବ ରଦ୍ଦ ନେଇ ଡେପୁଟି ସ୍ପିକରଙ୍କ ରୁଲିଂ ଅସାମ୍ବିଧାନିକ ବୋଲି ଗତକାଲି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ସର୍ବସମ୍ମତ ରାୟ ଦେଇଥିଲେ । ନ୍ୟାସନାଲ ଆସେମ୍ବଲି ପୁନଃସ୍ଥାପନ ସହ ଅନାସ୍ଥା ଭୋଟର ସମ୍ମୁଖୀନ ହେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଆଜି ଇମ୍ରାନ ଖାଁ ପୁଣି ଥରେ ଦେଶକୁ ସମ୍ବୋଧନ କରିବାକୁ ଯାଉଛନ୍ତି । ଏଥିସହ ଇମ୍ରାନ ଖାଁ କ୍ୟାବିନେଟ ଓ ତେହରିକ-ଇ-ଇନସାଫର ସଂସଦୀୟ ଦଳ ବୈଠକ ଡାକିଛନ୍ତି । କୁହାଯାଉଛି ଯେ, ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ।

 

Show More

Related Articles

Back to top button