କରୋନା କାଳରେ ଉଦାହରଣ ଅନାଦି, 95 ବର୍ଷ ବୟସରେ 7 ଦିନରେ ହରାଇଲେ କରୋନାକୁ
ମହାମାରୀ କରୋନାରେ ଅନେକ ଯୁବବର୍ଗ ପ୍ରାଣ ହରାଉଥିବାବେଳେ ହେଲେ 95 ବର୍ଷୀୟ ଜଣେ ବ୍ୟକ୍ତି କରୋନାକୁ ହରାଇ ବିଜୟ ଲାଭ କରିଛନ୍ତି। କଟକ ଶେଖବଜାର ନିବାସୀ 95 ବର୍ଷୀୟ ଅନାଦି ବେହେରା କରୋନାରେ ଆକ୍ରାନ୍ତ ହୋଇ ମାତ୍ର 7 ଦିନ ମଧ୍ୟରେ ସୁସ୍ଥ ହୋଇ ଫେରିଥିବା ଜଣାପଡିଛି।

ମହାମାରୀ କରୋନାରେ ଅନେକ ଯୁବବର୍ଗ ପ୍ରାଣ ହରାଉଥିବାବେଳେ ହେଲେ 95 ବର୍ଷୀୟ ଜଣେ ବ୍ୟକ୍ତି କରୋନାକୁ ହରାଇ ବିଜୟ ଲାଭ କରିଛନ୍ତି। କଟକ ଶେଖବଜାର ନିବାସୀ 95 ବର୍ଷୀୟ ଅନାଦି ବେହେରା କରୋନାରେ ଆକ୍ରାନ୍ତ ହୋଇ ମାତ୍ର 7 ଦିନ ମଧ୍ୟରେ ସୁସ୍ଥ ହୋଇ ଫେରିଥିବା ଜଣାପଡିଛି। କରୋନାରେ ଆକ୍ରାନ୍ତ ଥିବା ଜଣାପଡିବାପରେ ଅନାଦିଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ମାତ୍ର 7 ଦିନ ଚିକିତ୍ସା ପରେ ଅନାଦି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଶରୀରର ସୁସ୍ଥତା ପାଇଁ ବୟସ ଏକ ପ୍ରତିବନ୍ଧକ ନୂହେଁ ବୋଲି ଅନାଦି ପ୍ରମାଣ କରିଦେଇଛନ୍ତି। 95 ବର୍ଷ ହୋଇଯାଇଥିଲେ ମଧ୍ୟ ଅନାଦି ବର୍ତ୍ତମାନ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଫିଟ୍ ଥିବେବେଳେ, ତାଙ୍କର ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ଦାନ୍ତ ଉପୁଡିନାହିଁ। ଏହି ବୟସରେ ସେ ପ୍ରତ୍ୟେକ ଦିନ ଚଲାବୁଲା କରିବା ସହ ନିଜର ଦୈନନ୍ଦୀନ ଜୀବନଯାପନ ଖୁବ ସହଜରେ କରିପାରୁଛନ୍ତି।
ତେବେ ମହମାରୀ କରୋନାର ପ୍ରତିଷେଧକ ଦୁଇଟି ଡୋଜ୍ ଟିକା ନେଇଥିବା ଅନାଦି ମେ 26ରେ କରୋନା ପଜିଟିଭ୍ ଥିବା ଜଣାପଡିବା ପରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ 7 ଦିନ ଚିକିତ୍ସାପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଜୁନ୍ 2 ତାରିଖରେ ଘରକୁ ଫେରିଥିଲେ। ଅନାଦି ହେଉଛନ୍ତି କଟକ ମୁନସିପାଲଟିର ପୂର୍ବତନ କାଉନସିଲର ଦିଲ୍ଲୀପ ବେହେରାଙ୍କ ପିତା।