ମୁଖ୍ୟ ଖବରରାଜନୀତି

ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ନେତାଙ୍କ ଘରେ ଆୟକର ଚଢଉ, ମମତାଙ୍କ ତୀବ୍ର ପ୍ରତିକ୍ରିୟା

କଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ନିକଟ ଆସୁଥିବା ବେଳେ ରାଜ୍ୟର ରାଜନୀତି ଆହୁରି ଗରମ ହୋଇଯାଇଛି। ଶୁକ୍ରବାର ଆୟକର ବିଭାଗ ପକ୍ଷରୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଏକାଧିକ ନେତା ଓ ବିଧାୟକଙ୍କ ବାସଭବନ ଉପରେ ଚଢଉ କରାଯାଇଛି। ଏହି ଚଢଉରେ ଟିଏମ୍‌ସି ବିଧାୟକ ଦେବାଶିଷ କୁମାର ମଧ୍ୟ ସାମିଲ ଅଛନ୍ତି।

ସୂଚନା ଅନୁଯାୟୀ, ଦେବାଶିଷ କୁମାର ରାସବିହାରୀ ଆସନରୁ ଏଥର ନିର୍ବାଚନ ଲଢୁଛନ୍ତି। ଗତ ସପ୍ତାହରେ ତାଙ୍କ ବାସଭବନ ଓ କାର୍ଯ୍ୟାଳୟ ଉପରେ ଇଡି ମଧ୍ୟ ଚଢଉ କରିଥିଲା। ଏହାଛଡ଼ା ମିରାଜ ଶାହା ଓ କୁମାର ଶାହାଙ୍କ ଘରେ ମଧ୍ୟ ଆୟକର ଚଢଉ ହୋଇଥିବା ଜଣାପଡିଛି।

ଏହି ଘଟଣାକୁ ନେଇ ରାଜ୍ୟର ରାଜନୀତିକ ପରିସ୍ଥିତି ତିବ୍ର ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ଭବାନୀପୁର ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ, ମିରାଜ ଶାହା ତାଙ୍କ ପ୍ରାର୍ଥିପତ୍ରର ପ୍ରସ୍ତାବକ ଭାବେ ରହିଛନ୍ତି। ନିର୍ବାଚନର ଅଗ୍ରଭାଗରେ ଏପରି ଚଢଉକୁ ମମତା ବାନାର୍ଜୀ ତୀବ୍ର ସମାଲୋଚନା କରିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ, ପରାଜୟର ଭୟରେ ବିଜେପି ଏଭଳି ରଣନୀତି ଅପନାଉଛି। ଏହି ଘଟଣା ପରେ ରାଜ୍ୟରେ ରାଜନୀତିକ ତିକ୍ତତା ଆହୁରି ବଢ଼ିବାର ସମ୍ଭାବନା ଦେଖାଦେଇଛି।

Show More

Related Articles

Back to top button