Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮ ହଜାର ୬୨୮ ଜଣ ନୂଆ କରୋନା ରୋଗୀ ଚିହ୍ନଟ

ଲଗାତାର କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ୁଥିଲା ବେଳେ ଗତ ୨୪ ଘଣ୍ଟାରେ ତାହା କମିବାରେ ଦେଖାଯାଇଛି । ନୂଆ କରୋନା ସଂକ୍ରମଣଙ୍କ ସଂଖ୍ୟା ୩୮ ହଜାର ୬୨୮ ରହିଛି । ସେହିପରି ଗତ ୨୪ ଘଣ୍ଟାରେ ୪୦ ହଜାର ୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ମୋଟ୍‌ ୩ କୋଟି ୧୦ ଲକ୍ଷ ୫୫ ହଜାର ୮୬୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି ।

ଲଗାତାର କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ୁଥିଲା ବେଳେ ଗତ ୨୪ ଘଣ୍ଟାରେ ତାହା କମିବାରେ ଦେଖାଯାଇଛି । ନୂଆ କରୋନା ସଂକ୍ରମଣଙ୍କ ସଂଖ୍ୟା ୩୮ ହଜାର ୬୨୮ ରହିଛି । ସେହିପରି ଗତ ୨୪ ଘଣ୍ଟାରେ ୪୦ ହଜାର ୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ମୋଟ୍‌ ୩ କୋଟି ୧୦ ଲକ୍ଷ ୫୫ ହଜାର ୮୬୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ସୁସ୍ଥତା ହାର ୯୭.୩୭ ପ୍ରତିଶତ ରହିଛି । ସେହିପରି ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୪ ଲକ୍ଷ ୧୨ ହଜାର ୧୫୩ ରହିଛି ।
ଗତ ୨୪ ଘଣ୍ଟାରେ ଦେଶରେ ୬୧୭ ଜଣ ସଂକ୍ରମିତଙ୍କର ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ଦେଶରେ କରୋନାରେ ମୋଟ ୪ ଲକ୍ଷ ୨୭ ହଜାର ୩୭୧ ଜଣ ରୋଗୀଙ୍କ ମୃତୁ୍ୟ ହୋଇସାରିଲାଣି ।
ଦେଶର ସାପ୍ତାହିକ ସଂକ୍ରମଣ ହାର ୨.୩୯ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୨.୨୧ ପ୍ରତିଶତ ରହିଛି । ଦେଶରେ ମୋଟ ୫୦ କୋଟି ୧୦ ଲକ୍ଷ ୯ ହଜାର ୬୦୯ ଜଣ ଲୋକ କରୋନା ଟିକା ନେଇସାରିଲେଣି ।
ଡବ୍ଲì୍ୟଏଚ୍‌ଓର ତଥ୍ୟ ଅନୁସାରେ, କରୋନାର ତୃତୀୟ ଲହର (ଡେଲଟା ଭାରିଆଣ୍ଟ) ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଏବେ ଏହା ୧୩୫ଟି ଦେଶରେ ଦେଖିବାକୁ ମିଳିଛି । ଆସନ୍ତା ସପ୍ତାହ ସୁଦ୍ଧା ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୦ ନିୟୁତକୁ ଅତିକ୍ରମ କରିପାରେ ବୋଲି ତଥ୍ୟରେ ଦର୍ଶାଯାଇଛି ।

Show More

Related Articles

Back to top button