ଆତଙ୍କବାଦୀଙ୍କ ସହ ଲଢି ଆଖିବୁଜିଲା ଭାରତୀୟ ସେନାର ସାହାସୀ କୁକୁର ‘ଜୁମ୍’

ନୂଆଦିଲ୍ଲୀ : ଆଖିବୁଜିଲା ଭାରତୀୟ ସେନାର ସାହସୀ କୁକୁର ‘ଜୁମ୍’। ଆତଙ୍କବାଦୀ ବିପକ୍ଷ ଅପରେସନରେ ସେନାର ସହଯୋଗ କରୁଥିଲା ଜୁମ୍। ଏହି ସମୟରେ ଆତଙ୍କବାଦୀଙ୍କ ଦୁଇଟି ଗୁଳି ‘ଜୁମ୍ ଦେହରେ ବାଜିଲା, ଗୋଡ ଭାଙ୍ଗିଲା କିନ୍ତୁ ଆତଙ୍କୀଙ୍କୁ ଛାଡିନଥିଲା। ଦୁଇ ଦୁଇଟି ଗୁଳି ବାଜିବା ପରେ ମଧ୍ୟ ଜୁମ୍ ଲଢିଥିଲା ଆଉ ଜୁମ୍ ଯୋଗୁଁ ଲୁଚି ରହିଥିବା ଦୁଇ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲା ଭାରତୀୟ ସେନା। ତେବେ ଗୁଳି ବାଜିବା କାରଣରୁ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ଜୁମ୍ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛି। ମୃତ୍ୟୁ ସହ ଅନେକ ଘଣ୍ଟାର ଲଢେଇ ପରେ ସାହାସୀ କୁକୁର ଜୁମ ଆଖିବୁଜିଛି । ୪ଦିନ ଡାକ୍ତରଖାନାରେ ସଂଘର୍ଷ ପରେ ଆଜି ଦିନ ୧୨ଟାରେ ତାର ମୃତ୍ୟୁ ଘଟିଛି । ଅକ୍ଟୋବର ୧୦ରେ ଅନନ୍ତନାଗରେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନରେ ଜୁମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା । ଶ୍ରୀନଗରର ଆର୍ମି ଭେଟ୍ ଡାକ୍ତରଖାନାରେ ଜୁମର ଚିକିତ୍ସା ଚାଲିଥିବା ବେଳେ ୧୧.୪୫ରେ ସେ ପ୍ରତିକ୍ରିୟାଶୀଳ ଥିଲା । ଆଶା କରାଯାଉଥିଲା ଯେ ସେ ପୁଣି ଥରେ ସୁସ୍ଥ ହୋଇଯିବ । ତେବେ ହଠାତ ତାର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ସହ ଜୀବନ ଚାଲିଗଲା । ଦୁଇଟି ଗୁଳି ଲାଗିବା ସହ ଗୋଡ ଭାଙ୍ଗିବା ପରେ ଗୁରୁତର ହୋଇଥିଲା ଜୁମ ।ସୂଚନାନୁସାରେ ଅକ୍ଟୋବର ୯ରେ ଅନନ୍ତନାଗରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଖବର ମିଳିବା ପରେ ରବିବାର ବିଳମ୍ବିତ ରାତିରେ ଦକ୍ଷିଣ କାଶ୍ମୀରର ତଙ୍ଗପାୱା ଏରିଆରେ ସୁରକ୍ଷାବଳ ସର୍ଚ୍ଚ ଅପରେସନ କରିଥିଲା ସେନା। ସୋମବାର ସକାଳେ ଏକ ସନ୍ଦିଗ୍ଧ ଘରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଭାରତୀୟ ସେନା ସନ୍ଦେହ କରିଥିଲା । ଏହାପରେ ସେନାର ଲଢ଼ୁଆ କୁକୁର ଜୁମକୁ ସେଠାକୁ ପଠାଯାଇଥିଲା । ଯେଉଁଠାରେ ଆତଙ୍କବାଦୀ ଲୁଚିରହିଥିଲେ ଏବଂ ସେମାନେ ଜୁମ ଉପରକୁ ଗୁଳିଚଳାଇଥିଲେ । ଦୁଇ ଦୁଇଟି ଗୁଳି ବାଜିବା ପରେ ମଧ୍ୟ ଜୁମ୍ ଆତଙ୍କୀଙ୍କୁ ଛାଡିନଥିଲା। ଜୁମ୍ ଯୋଗୁଁ ଲୁଚି ରହିଥିବା ଦୁଇ ଲସ୍କର-ଏ-ତୋଏବା ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲା ଭାରତୀୟ ସେନା। ଏହି ଅପରେସନରେ କିଛି ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିଲେ । ଜୁମ ଗୁରୁତର ଆହତ ହେବା ପରେ ଏବେ ଆର୍ମି ଭେଟ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତିି କରାଯାଇଥିଲା। ସର୍ଜରୀ କରାଯାଇ ଜୁମର ଗୁଳି କଢାଯାଇଥିଲା। ।