
ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ । ୨୪ ଘଣ୍ଟାରେ ୬୫୨ ପଜିଟିଭ୍ ଚିହ୍ନଟ । ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୩୮୧ ଜଣ ଚିହ୍ନଟ ହୋଇଥିବା ବେଳେ ୨୭୧ଜଣ ସ୍ଥାନୀୟ ସଂକ୍ରମିତ ରହିଛନନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।
ତେବେ ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ୧୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୭୦ ଏବଂ ସମ୍ବଲପୁରରୁ ୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି ଅନୁଗୋଳରୁ ୨, ବାଲେଶ୍ୱର ୬, ବରଗଡ଼ ୪୬, ଭଦ୍ରକ ୧, ବଲାଙ୍ଗୀର ୪୭, ବୌଦ୍ଧ ୩, କଟକ ୧୪, ଦେବଗଡ଼ ୭, ଢେଙ୍କାନାଳ ୩, ଗଜପତି ୬, ଗଞ୍ଜାମ ୧, ଯାଜପୁର ୮, ଝାରସୁଗୁଡ଼ା ୯, କଳାହାଣ୍ଡି ୩୬, କନ୍ଧମାଳ ୧୩, କେନ୍ଦ୍ରାପଡ଼ା ୨, କେନ୍ଦୁଝର ୧, କୋରାପୁଟ ୧୧, ମାଲକାନଗିରି ୨, ମୟୂରଭଞ୍ଜ ୪୩, ନବରଙ୍ଗପୁର ୩୪, ନୟାଗଡ଼ ୧୮, ନୂଆପଡ଼ା ୧୬, ପୁରୀ ୭, ରାୟଗଡ଼ାରୁ ୧୫ ଏବଂ ସୋନପୁରର ୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍ ସଂଖ୍ୟା ରହିଛି ୧୫।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୯,୫୨୭ରେ ପହଞ୍ଚିଥିବା ବେଳେ ୧୩,୦୪,୫୨୭ ଜଣ ସୁସ୍ଥ ହୋଇଛନ୍ତି। ୫୭୯୮ ଜଣ ଚିକିିତ୍ସିତ ହେଉଛନ୍ତି।


