ଓଡ଼ିଶାପାଣିପାଗ

ଶ୍ରାବଣ ମାସରେ ଅସହ୍ୟ ଗୁଳୁଗୁଳି ,ଗ୍ରୀଷ୍ମ ଭଳି ସ୍ଥିତି ଅନୁଭବ

ଶ୍ରାବଣ ମାସରେ ହେଉଛି ଅସହ୍ୟ ଖରା ଓ ଗୁଳୁଗୁଳି । ଶ୍ରାବଣ ମାସରେ ଗ୍ରୀଷ୍ମ ଭଳି ସ୍ଥିତି ଅନୁଭବ ହେଉଛି । ଯେଉଁ ମାସରେ ଅନବରତ ବର୍ଷା ହେବା କଥା , ସେହି ମାସରେ ଅସହ୍ୟ ଗରମ ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ତେବେ ଆହୁରି ୩ ରୁ୪ ଦିନ ଲାଗି ଏମିତି ଖରାଟିଆ ପାଗ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଗାମୀ ୨ରୁ୩ ଦିନ ଯାଏଁ ରାଜ୍ୟର ଜିଲ୍ଲାଗୁଡିକରେ ଏମିତି ସ୍ଥିତି ଅନୁଭୂତ ହେବ। ଏହି ସମୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୩-୪ ଡିଗ୍ରୀ ଯାଏଁ ଅଧିକ ରହିବ। ସେହିପରି ଉପକୂଳ ଓଡ଼ିଶାରେ ଉଚ୍ଚ ଆର୍ଦ୍ରତା ଏବଂ ସ୍ୱାଭାବିକଠାରୁ ଅଧିକ ଦିନ ତାପମାତ୍ରା କାରଣରୁ ସେଠାରେ ଅସ୍ୱାଭାବିକ ପାଗ ଯଥା ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେବ ।

ବର୍ତ୍ତମାନ ମୌସୁମୀ ଟ୍ରଫଲାଇନ ଉତ୍ତରମୁହାଁ ହୋଇଥିବା ଯୋଗୁଁ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି। ଏହି କାରଣରୁ ରାଜ୍ୟରେ ବର୍ଷା ପ୍ରକୋପ କମିଛି ଓ ତାତି ସହ ଗୁଳୁଗୁଳି ଜାରି ରହିଛି। ଆସନ୍ତା ୫ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହି ପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି।

ସେହିପରି ପାଣିପାଗ କେନ୍ଦ୍ର ଆକଳନ ଅନୁସାରେ,  ୪ ତାରିଖ ପରେ ରାଜ୍ୟକୁ ପୁଣି ବର୍ଷା ଫେରିବ । ୪ ତାରିଖରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରି ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୋଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼ ଓ ନବରଙ୍ଗପୁର ଆଦିରେ ବିଜୁଳି ଘଡ଼ଘଡ଼ି ଆଶଙ୍କା ରହିଛି।

Show More

Related Articles

Back to top button