Breaking PLUSଦେଶ ବିଦେଶମୁଖ୍ୟ ଖବର

ହୋର୍ମୁଜ୍ ପ୍ରଣାଳୀରେ ପାକିସ୍ତାନମୁଖୀ ଜାହାଜକୁ ଇରାନର ଅଟକ

 

ଆମେରିକାର ପ୍ରଭାବରେ ମଧ୍ୟପ୍ରାଚ୍ୟରେ ଚାଲିଥିବା କୂଟନୀତିକ ପରିପ୍ରେକ୍ଷିତରେ ପାକିସ୍ତାନକୁ ଇରାନ ପକ୍ଷରୁ ଏକ ବଡ଼ ଝଟକା ଲାଗିଛି। ଇରାନ ଉପସାଗରରୁ କରାଚୀ ଯାଉଥିବା ‘ସେଲାନ’ ନାମକ ଏକ ଜାହାଜକୁ ହୋର୍ମୁଜ୍ ପ୍ରଣାଳୀରେ ଅବରୋଧ କରାଯାଇଥିବା ସୂଚନା ମିଳିଛି।

ଇରାନୀ ଅଧିକାରୀମାନଙ୍କ କହିବା ଅନୁସାରେ, ଜାହାଜଟି ହୋର୍ମୁଜ୍ ପ୍ରଣାଳୀ ଦେଇ ଯିବା ପାଇଁ ପୂର୍ବ ଅନୁମତି ନେଇନଥିଲା। ଏହି କାରଣରୁ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ (IRGC) ନୌସେନା ତାହାକୁ ଅଟକାଇ ଫେରାଇ ଦେଇଥିଲା। ଇରାନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ହୋର୍ମୁଜ୍ ପ୍ରଣାଳୀକୁ ପ୍ରବେଶ ପୂର୍ବରୁ ଅନୁମତି ଆବଶ୍ୟକ।

ସୂଚନାଯୋଗ୍ୟ, ଜାହାଜଟି ସଂଯୁକ୍ତ ଆରବ ଏମିରେଟ୍ସରୁ ପାକିସ୍ତାନର କରାଚୀ ଅଭିମୁଖେ ଯାତ୍ରା କରୁଥିଲା। ଘଟଣାକୁ ନେଇ ପାକିସ୍ତାନ ସରକାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ, ଯେତେବେଳେ ୟୁଏଇ ମଧ୍ୟ ଏନେଇ ନୀରବତା ଅବଲମ୍ବନ କରିଛି।

କାବୁଲସ୍ଥିତ ଇରାନୀ ଦୂତାବାସର ବିବୃତ୍ତି ଅନୁଯାୟୀ, ଇରାନ ସରକାରଙ୍କ ଅନୁମତି ବିନା ହୋର୍ମୁଜ୍ ପ୍ରଣାଳୀ ଦେଇ ଯାତାୟାତ କରିବାକୁ ଅନୁମୋଦନ ନଥିବାରୁ IRGC ନୌସେନା ଜାହାଜଟିକୁ ପୁନଃ ୟୁଏଇ ଦିଗକୁ ଫେରାଇ ଦେଇଥିଲା।

Show More

Related Articles

Back to top button