ଓଡ଼ିଶାମୁଖ୍ୟ ଖବର

ଏପ୍ରିଲ ୬ରୁ ସକାଳୁଆ ହେବ କୋର୍ଟ

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ଅଦାଲତଗୁଡ଼ିକର ସମୟସୂଚୀରେ ପରିବର୍ତ୍ତନ କରାଯାଇଛି। ଆସନ୍ତା ଏପ୍ରିଲ ୬ରୁ ରାଜ୍ୟର ସମସ୍ତ ଜିଲ୍ଲା ଓ ଅଧୀନସ୍ଥ ଅଦାଲତ ସକାଳୁଆ ହେବ। ଏନେଇ ମଙ୍ଗଳବାର ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ନୂତନ ସମୟସୂଚୀ ଅନୁସାରେ, କୋର୍ଟ କାର୍ଯ୍ୟ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ଏହା ସହ ପୂର୍ବାହ୍ନ ୧୦ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ଅଧ ଘଣ୍ଟିଆ ବିରତି ସମୟ ଧାର୍ଯ୍ୟ କରାଯାଇଛି। ପ୍ରାୟୋଗିକ ଭାବେ ଦୈନିକ କୋର୍ଟ କାର୍ଯ୍ୟ ସକାଳ ୭ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ହେବ।

ତେବେ ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ୱର, କୋରାପୁଟ (ସଦର) ଓ ପୁରୀ (ସଦର) ଅଞ୍ଚଳରେ ସକାଳୁଆ କୋର୍ଟ ବ୍ୟବସ୍ଥା ଲାଗୁ ହେବ ନାହିଁ ବୋଲି ସୂଚନା ମିଳିଛି।

ଏହି ସକାଳୁଆ ସମୟସୂଚୀ ଗ୍ରୀଷ୍ମ ଅବକାଶର ଶେଷ କାର୍ଯ୍ୟଦିନ ପର୍ଯ୍ୟନ୍ତ ଜାରି ରହିବ। ଆଇନଜୀବୀ ଓ ମକଦ୍ଦମାକାରୀମାନଙ୍କୁ ନୂତନ ସମୟସୂଚୀ ଅନୁଯାୟୀ ନିଜ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ଅଦାଲତ ପକ୍ଷରୁ ଅନୁରୋଧ କରାଯାଇଛି।

Show More

Related Articles

Back to top button