Breaking PLUSଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ମାତୃ-ଶିଶୁ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବ ‘ଜନନୀ’ ଡିଜିଟାଲ୍ ପ୍ଲାଟଫର୍ମ

ନୂଆଦିଲ୍ଲୀ: ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ ଓ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ‘ଜନନୀ’ ନାମକ ଏକ କ୍ୟୁଆର୍‌ କୋଡ୍‌ ସକ୍ଷମ ଡିଜିଟାଲ୍ ସ୍ୱାସ୍ଥ୍ୟ ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି। ଏହି ପ୍ଲାଟଫର୍ମ ମାଧ୍ୟମରେ ଗର୍ଭାବସ୍ଥାରୁ ଆରମ୍ଭ କରି ପ୍ରସବ, ପ୍ରସବ ପରବର୍ତ୍ତୀ ସେବା, ନବଜାତ ଶିଶୁ ଯତ୍ନ, ଟିକାକରଣ ଓ ପରିବାର ନିୟୋଜନ ପର୍ଯ୍ୟନ୍ତ ସମସ୍ତ ସ୍ୱାସ୍ଥ୍ୟ ସେବାର ଡିଜିଟାଲ୍ ରେକର୍ଡ ସଂରକ୍ଷିତ ରହିବ।

ପୂର୍ବତନ ‘ଆର୍‌ସିଏଚ୍‌’ ପୋର୍ଟାଲର ଉନ୍ନତ ସଂସ୍କରଣ ଭାବେ ପ୍ରସ୍ତୁତ ଏହି ବ୍ୟବସ୍ଥା ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବାକୁ ନିରନ୍ତର ଭାବେ ଟ୍ରାକ୍‌ କରିବା ସହ ସମୟୋଚିତ ଚିକିତ୍ସା ସୁବିଧା ପ୍ରଦାନରେ ସହାୟକ ହେବ।

‘ଜନନୀ’ ପ୍ଲାଟଫର୍ମରେ କ୍ୟୁଆର୍‌ ସକ୍ଷମ ଡିଜିଟାଲ୍ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କାର୍ଡ, ଉଚ୍ଚ-ଜୋଖିମ ଗର୍ଭାବସ୍ଥା ପାଇଁ ସ୍ୱୟଂଚାଳିତ ସତର୍କ ସୂଚନା, ରିଅଲ୍‌ ଟାଇମ୍‌ ଡ୍ୟାଶବୋର୍ଡ ଓ ଟ୍ରାକିଂ ବ୍ୟବସ୍ଥା ରହିଛି। ଏହାକୁ ‘ୟୁ-ୱିନ୍‌’ ଓ ‘ପୋଷଣ’ ପରି ଜାତୀୟ ପ୍ଲାଟଫର୍ମ ସହ ସଂଯୋଗ କରାଯାଇଥିବାରୁ ତଥ୍ୟ ଆଦାନ-ପ୍ରଦାନ ଓ ସେବା ସମନ୍ୱୟ ଆହୁରି ସହଜ ହେବ।

ସରକାରୀ ତଥ୍ୟ ଅନୁସାରେ, ଏପର୍ଯ୍ୟନ୍ତ ଏହି ପ୍ଲାଟଫର୍ମରେ ୧.୩୪ କୋଟିରୁ ଅଧିକ ଲାଭାନ୍ବିତଙ୍କ ପଞ୍ଜିକରଣ ହୋଇଥିବା ବେଳେ ୩୦ ଲକ୍ଷରୁ ଅଧିକ ଗର୍ଭବତୀ ମହିଳାଙ୍କ ନାମ ନୋଦନ ହୋଇଛି। ସେହିପରି ୩୦ ଲକ୍ଷରୁ ଅଧିକ ଡିଜିଟାଲ୍ ସ୍ୱାସ୍ଥ୍ୟ କାର୍ଡ ମଧ୍ୟ ପ୍ରସ୍ତୁତ କରାଯାଇଛି।

Show More

Related Articles

Back to top button