Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ ଜିଙ୍ଗପିଙ୍ଗ୍

ନୂଆଦିଲ୍ଲୀ : ଚୀନର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ନିଜ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି କୁହାଯାଉଛ । ଗତ କିଛି ବର୍ଷ ହେଲା ତାଙ୍କ ଶରୀର ଭଲ ରହୁନଥିବାରୁ ସେ ଏକ ପ୍ରକାର ମସ୍ତିଷ୍କ ରୋଗରେ ପୀଡ଼ିତ ଅଛନ୍ତି ବୋଲି କୁହାଯାଉଛି। ଏହାସହ ଚାଇନାରେ କୋଭିଡ ମୁକାବିଲା ଓ ଅର୍ଥନୀତି ପରିଚାଳନାରେ ବିଫଳତାର ଦୋଷ ମଧ୍ୟ ତାଙ୍କ ମୁଣ୍ଡରେ ଲଦି ଦିଆଯାଇଛି। ଉଭୟ କାରଣରୁ ସେ ‌ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଚାଇନାରେ ଏବେ ପୁଣିଥରେ କରୋନା ବ୍ୟାପିଛି। ପ୍ରଥମରୁ କରୋନା ମୁକାବିଲା ପାଇଁ ଜିନ୍‌ପିଙ୍ଗ୍‌ ଜିରୋ କୋଭିଡ୍ ପଲିସି ନୀତି ଆପଣାଇଥିଲେ । କିନ୍ତୁ କାମ ଦେଇନଥିଲା ଏହି ନୀତି । ଯେତେ ଯାହା କଲେ ବି କରୋନା କମିବା ବଦଳରେ ବଢିବାରେ ଲାଗିଛ । ଏଥିପାଇଁ ଅନେକ ସ୍ଥାନରେ ଲକଡାଉନ ଭଳି ପରିସ୍ଥିତି ରହିଛି । ଫଳରେ ସାରା ଦେଶରେ ତାଙ୍କର ଜିରୋ କୋଭିଡ୍ ପଲିସି ନୀତି ପାଇଁ ତାଙ୍କୁ ଖୁବ ସମାଲେଚନାର ଶିକାର ହେବାକୁ ପଡୁଛି । ଦେଶବାସୀ ସିସିପି ଉପରେ ଖପ୍ପା ହୋଇଥବା କାରଣରୁ ସି ଜିନ୍‌ପିଙ୍ଗ୍‌ ସିସିପି ଇସ୍ତଫା ଦେବା ପାଇଁ ବାଧ୍ୟ ।

Show More

Related Articles

Back to top button