
ପୁଣି ଥରେ କିମ ଜୋନ ବାଲେଷ୍ଟିକ ମିଶାଇଲ ପରୀକ୍ଷଣ କରି ଚର୍ଚ୍ଚାର ପରିସର ମଧ୍ୟକୁ ଆସିଛନ୍ତି । ନିଜ ଅଭ୍ୟାସକୁ ଛାଡି ପାରୁ ନ ଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଆଜି ସକାଳେ ପୁଣିଥରେ କିମଙ୍କ ପୁରୁଣା ପ୍ରକୃତି ଦେଖିବାକୁ ମିଳିଛି । ଆମେରିକା ଓ ପଡୋଶୀ ଦେଶ ଦକ୍ଷିଣ କୋରିଆର ଚେତାବନୀ ପରେ ବି କିମ ରବିବାର ଏକ ବାଲେଷ୍ଟିକ ମିଶାଇଲର ପରୀକ୍ଷଣ କରିଛନ୍ତି ।
ଏହି ମିଶାଇଲର ପରୀକ୍ଷଣ ପରେ ଏବେ ପୁଣିଥରେ ସେ ଆସିଯାଇଛନ୍ତି ଚର୍ଚ୍ଚାକୁ । ପୂର୍ବରୁ ଅନେକ ବାରଣ ସତ୍ତ୍ୱେ ମଧ୍ୟ କିମ ତାଙ୍କ ଜିଦରେ ଅଟଳ ରହିବା ସହ କେତେଥର ବାଲେଷ୍ଟିକ ମିଶାଇ ପରୀକ୍ଷା କରାଯାଇଥିବା ଦେଖାଯାଇଛି । ତେଣୁ ଏବେ ଆଲେଚନା ହେଉଛି କି କିମ ତାଙ୍କ ପୂର୍ବ ପ୍ରକୃତିରୁ ବାହାରି ପାରୁ ନାହାନ୍ତି ।